ରାଜ୍ୟରେ ୧୦ ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା, ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

1 min read

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । କ୍ୱାରେଣ୍ଟାଇନ୍ ଭଳି ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରେ ରାଜ୍ୟରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୫୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୪୦୩ଟି ମାମଲା କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ଅବଶିଷ୍ଟ ୧୬୮ଟି ସଂକ୍ରମଣ ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ନୂଆ ୫୭୧ଟି ମାମଲା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦ ହଜାର ୯୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪, ବାଲେଶ୍ୱରରୁ ୨୮, ଭଦ୍ରକରୁ ୧, ବଲାଙ୍ଗିର ୫, କଟକ ୨୯, ଢେଙ୍କାନାଳ ୧, ଗଜପତି ୫୬, ଜଗତସିଂହପୁର ୧୭, ଯାଜପୁର ୧୬, ଝାରସୁଗୁଡ଼ା ୧, କେନ୍ଦ୍ରାପଡ଼ା ୩, କେନ୍ଦୁଝର ୭, ଖୋର୍ଦ୍ଧା ୩୭, ମୟୂରଭଞ୍ଜ ୧୪, ନବରଙ୍ଗପୁର ୭, ନୟାଗଡ଼ ୧, ପୁରୀ ୪, ରାୟଗଡ଼ା ୧୦, ସମ୍ବଲପୁର ୬ ଓ ସୁନ୍ଦରଗଡ଼ରୁ ୫୧ଟି ନୂଆ ମାମଲା ଚିହ୍ନଟ ହୋଇଛି ।

୪ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୯୭ରେ ପହଞ୍ଚି ଥିବାବେଳେ ଏଯାଏଁ ୬ ହଜାର ୪୮୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୩ ହଜାର ୫୫୭ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚାଲିଛି ।

Leave a Reply