ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

1 min read

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୬୧ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୪୨୫ଟି କେସ୍ କ୍ୱାରେଣ୍ଟାଇନରୁ ଓ ଅବଶିଷ୍ଟ ୧୩୬ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ସର୍ବାଧିକ ୨୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୧, ଭଦ୍ରକ ୧, ବଲାଙ୍ଗିର ୧୯, କଟକ ୮୧, ଢେଙ୍କାନାଳ ୩, ଜଗତସିଂହପୁର ୬, ଯାଜପୁର ୩, ଝାରସୁଗୁଡ଼ା ୨, କଳାହାଣ୍ଡି ୫, କେନ୍ଦୁଝର ୬, ଖୋର୍ଦ୍ଧା ୨୬, କୋରାପୁଟ ୪, ମୟୂରଭଞ୍ଜ ୧୦, ପୁରୀ ୧, ରାୟଗଡ଼ା ୭୬, ସମ୍ବଲପୁର ୮, ସୁନ୍ଦରଗଡ଼ରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଜଣେ NDRF ଯବାନଙ୍କ ନମୁନା ପଜିଟିଭ୍ ଆସିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୩୬ଟି ସ୍ଥାନୀୟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗଞ୍ଜାମ ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ରାଜ୍ୟରେ ୨୯କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ୮ ହଜାର ୧୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୫୦୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୫୬୭ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।

Leave a Reply