ସ୍ୱତନ୍ତ୍ର ବସରେ ଫେରୁଛନ୍ତି ପ୍ରବାସୀ, ଦ୍ୱିତୀୟ ଦଫାରେ ୩ଟି ବସରେ ପହଞ୍ଚିଲେ ୧୧୪ ଜଣ

ଆସିକା: ଭିଟାମାଟିକୁ ବାହୁଡ଼ୁଛନ୍ତି ପ୍ରବାସୀ ଓଡ଼ିଆ । କରୋନା ସଂକ୍ରମଣ ପରେ ଲକଡାଉନ୍ ହୋଇଯାଇଥିବାରୁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ପ୍ରଥମ ଦଫାରେ ଗୁଜରାଟରୁ ୪ଟି ବସ୍ ଯୋଗେ ଗଞ୍ଜାମକୁ ୨୧୭ ଜଣ ଫେରିଥିଲେ । ବୁଧବାର ରାତିରେ ଏମାନେ ପହଞ୍ଚିଥିଲେ । ଗୁରୁବାର ରାତିରେ ଅନ୍ୟ ୩ଟି ବସ୍ ଯୋଗେ ଗୁଜରାଟରୁ ଫେରିଥିବା ୧୧୪ ଜଣ ଗଞ୍ଜାମରେ ପହଞ୍ଚିଛନ୍ତି ।

ଫେରିଥିବା ୧୧୪ ଜଣଙ୍କ ମଧ୍ୟରେ ୯୮ ଜଣ ପୁରୁଷ, ୧୦ ଜଣ ମହିଳା ଓ ୬ ଜଣ ଶିଶୁ ଅଛନ୍ତି । ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଆସିକା ଡିପଲ ସ୍କୁଲ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ବିଳମ୍ବିତ ରାତିରେ ୩ଟି ବସ୍ ଆସିକାର ବରଙ୍ଗା ପଞ୍ଚାୟତ କଲେଜ ଛକ ନିକଟରେ ପହଞ୍ଚିଥିଲା । ପହଞ୍ଚିବା ପରେ ବସ୍ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇଛି । ସମସ୍ତଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ।

ସୁରତରୁ ବସ୍‌ରେ ଫେରିଲେ ୨୨୮ ଜଣ ପ୍ରବାସୀ ଓଡ଼ିଆ

Leave a Reply