କରୋନା ପ୍ରଭାବିତ ଏଥରର ମୌସୁମୀ ଅଧିବେଶନ, ଜାଣନ୍ତୁ କିଭଳି ଚାଲିବ ଗୃହ ?

ଭୁବନେଶ୍ୱର: ଘରେ ବସି ବିଧାନସଭା ଅଧିବେଶନରେ ଭାଗ ନେଇପାରିବେ ବିଧାୟକ । କୋଭିଡ୍‌ କଟକଣା ଭିତରେ ସେପ୍ଟେମ୍ବର ୨୯ରୁ ବସୁଥିବା ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ୬୦ବର୍ଷରୁ ଅଧିକ ବୟସର ବିଧାୟକମାନେ ଏହି ସୁଯୋଗ ନେଇ ପାରିବେ । ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ ଓ କଲିଂ ଆଟେନ୍‌ସନ୍‌ରେ ଭାଗ ନେଇପାରିବେ ।

ଏଥିପାଇଁ ଆଗ୍ରହୀ ବିଧାୟକ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇବେ । ଏହାଛଡ଼ା ଜିଲ୍ଲା ମୁଖ୍ୟାଳୟ, ଓକାକ୍‌ରେ ଭିଡିଓ କନ୍‌ଫରେନ୍‌ସିଂରେ ବି ବସିବାର ବ୍ୟବସ୍ଥା କରାଯାଇଛି । ବିଧାନସଭା ଭିତରେ ବିଧାୟକମାନେ ୪ଫୁଟ୍‌ ଦୂରତା ବଜାୟ ରଖିବା ସହ ଦର୍ଶକ ଗ୍ୟାଲେରିରେ ବି ବିଧାୟକ  ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କରୋନା ପାଇଁ ପ୍ରଥମ ଥ‌ର ଲାଗି ବିଧାୟକଙ୍କ ଆସନ ସମ୍ମୁଖରେ ସିଲ୍‌ଡ ଗ୍ଲାସ୍‌ ଲଗାଯାଇଛି ।  ତେବେ ପ୍ରଶ୍ନକାଳ ବାତିଲ କରାଯାଇଥିବାରୁ ସେ ସମୟରେ କ’ଣ ହେବ, ସେନେଇ ବାଚସ୍ପତି ସ୍ପଷ୍ଟ କରିବାକୁ ବିରୋଧୀ ଦଳ ନେତା କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ଗୃହରେ ବିଭନ୍ନ ପ୍ରସଙ୍ଗ ଆଲୋଚନା ପାଇଁ ସର୍ବଦଳୀୟ ବୈଠକରେ ଦାବି କରିବ । ଶାସକ ବିଜେଡି କହିଛି, ସଂସଦୀୟ ନିୟମ ଅନୁସାରେ ଗୃହ ଚାଲିବା ବ୍ୟବସ୍ଥା କରାଯାଇଛି ।ପ୍ରଶ୍ନକାଳକୁ ଛାଡ଼ି ନିୟମ ଅନୁସାରେ ଗୃହର ସବୁ କାର୍ଯ୍ୟ ହେବ । ଏଥର ସମ୍ପୂର୍ଣ୍ଣ ସଂସଦୀୟ ଢାଞ୍ଚାରେ ବିଧାନସଭା ଚଳାଇବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସାମାଜିକ ଦୂରତା ସହିତ ଅଧିବେଶନ ଚଳାଇବା ପାଇଁ ୧୪୫ଟି ଆସନ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଏଥର ଅଧିବେଶନ ପାଇଁ ସବୁ ଗଣମାଧ୍ୟମର ଗୋଟିଏ ଲେଖାଏ ଟିମ୍‌କୁ ଅନୁମତି ମିଳିବ ।

Leave a Reply