ସରିଲା ବିଧାନସଭାର ମୌସୁମୀ ଅଧିବେଶନ, ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ

Assembly Monsoon Session BJD Legislature Party Meeting To Be Held In 28th September

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ମୌସୁମୀ ଅଧିବେଶନ ମଙ୍ଗଳବାର ସମାପ୍ତ ହୋଇଛି । ନିର୍ଦ୍ଧାରିତ ଦିନର ଗୋଟିଏ ଦିନ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଘୋଷଣା କରିଛନ୍ତି । କୋଭିଡ଼ କଟକଣା ମଧ୍ୟରେ ପ୍ରଥମଥର ପାଇଁ ବିଧାନସଭା ଅନୁଷ୍ଠିତ ହୋଇଥିଲା । ଆଜି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ଗୃହୀତ ହୋଇଥିଲା । ଏହା ବ୍ୟତୀତ ଓଡ଼ିଶା ଦ୍ରବ୍ୟ ଓ ସେବାକର(ସଂଶୋଧନ) ବିଧେୟକ,ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି,ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକ, ଶିଳ୍ପ ବିବାଦ ସଂଶୋଧନ ବିଧେୟକ ମଧ୍ୟ ଗୃହୀତ ହୋଇଛି ।

୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ବିଧାନସଭା ୮ ଦିନ ଧରି ଚାଲିଥିଲା ।  ସିଏଜି ରିପୋର୍ଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ସାମାଜିକ, ଅର୍ଥନୈତିକ, ଅର୍ଥନୀତିର ସ୍ଥିତି ଏବଂ ରାଜସ୍ୱ ବିଭାଗ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏହି ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା । କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା । ଗୃହ ମଧ୍ୟରେ ସାମାଜିକ ଦୂରତାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଥିଲା । ଅନେକ ବିଧାୟକ ଭର୍ଚୁଆଲ ପଦ୍ଧତିରେ ବିଧାନସଭା ଅଧିବେଶନରେ ଯୋଗ ଦେଇଥିଲେ ।

Congress Rocks In Odisha Assembly Over Hathras Issue

ଏହି ବିଧାନସଭାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ, ବିଧାୟକ ପ୍ରଦୀପ ମହାରଥୀ, ମଦନମୋହନ ଦତ୍ତ ଏବଂ ବିଷ୍ଣୁଚରଣ ଦାସଙ୍କ ପାଇଁ ଶୋକ ପ୍ରସ୍ତାବ ଆହତ କରାଯାଇଥିଲା । ସେହିପରି ୧୦ ଜଣ ପୂର୍ବତନ ମନ୍ତ୍ରୀ, ବିଧାୟକଙ୍କ ସମେତ ୫ ଜଣ ସେନାରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଶୋକ ଆଗତ ହୋଇଥିଲା । ୮୯୮ଟି ଅଣତାରକା ପ୍ରଶ୍ନ ପଚରାଯାଇଥିବା ବେଳେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗ ସମ୍ବଦ୍ଧୀୟ ୭୨ଟି କାଗଜକୁ ଉପସ୍ଥାପିତ ଏବଂ ପୁନଃଉପସ୍ଥାପତି କରାଯାଇଥିଲା ।

Leave a Reply