ଯମୁନାରେ ବୁଡ଼ ପକାଇବେନି ସାଧୁ, ପ୍ରଶାସନକୁ ଦେଲେ ଚେତାବନୀ

Holly Dip

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଯୋଗୁ ଧିରେ ଧିରେ ହଜିଯିବାକୁ ବସିଛି ଭାରତର ଐତିହାସିକ ପରମ୍ପରା । ନଦୀର ପବିତ୍ର ଜଳରେ ବୁଡ଼ ପକାଇ କୋଟି ପୂର୍ଣ୍ୟ ଅର୍ଜନ କରୁଥିବା ସାଧୂସନ୍ଥମାନେ ଏବେ ଅପରିଷ୍କାର ଜଳରେ ବୁଡ଼ ପକାଇବାକୁ ମନା କରିଦେଇଛନ୍ତି । ଯମୁନାର ଦୂଷିତ ପାଣି ଯୋଗୁ ସାହି ସ୍ନାନ ବହିଷ୍କାର କଲେ ୩ ସାଧୁ ସଂଘ । ନଦୀ ଜଳ ସଫା କରା ନ ଯିବା ପର୍ଯ୍ୟନ୍ତ ସାହି ସ୍ନାନ ହେବ ନାହିଁ ବୋଲି ସଂଘର ନିଷ୍ପତ୍ତି । ଅଯୋଧ୍ୟାର ମହାନିର୍ବାଣୀ ସଂଘ ମୁଖ୍ୟ ମହନ୍ତ ଧର୍ମ ଦାସ ଏହି ଘୋଷଣା କରିଛନ୍ତି ।

Holly Dip

ମହାନିର୍ବାଣ ସଂଘର ଏହି ଘୋଷଣାକୁ ଅନ୍ୟ ଦୁଇ ବୈଷ୍ଣବ ସଂଘ ନିଜର ସହମତି ଜଣାଇଛି । ମଥୁରାରେ ବୃନ୍ଦାବନ କୁମ୍ଭମେଳା ଚାଲିଛି । ଏହି ମେଳା ଅବସରରେ ପୂଣ୍ୟ ଅର୍ଜନ ପାଇଁ ସାଧୁସନ୍ଥମାନେ ପବିତ୍ର ଯମୁନା ପାଣିରେ ବୁଡ଼ ପକାଇଥାନ୍ତି । ହେଲେ ଯମୁନା ପାଣି ଅପରିଷ୍କାର ଯୋଗୁ ଚଳିତବର୍ଷ ସାହି ସ୍ନାନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସାଧୁ ସଂଘ । କୁହାଯାଇଛି, କୁମ୍ଭ ମେଳା ବେଳେ ସାହି ସ୍ନାନ ପାଇଁ ଯମୁନା ଜଳ ସଫା କରିବାକୁ ସ୍ଥାନୀୟ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ସୁଦ୍ଧା ଦେବହରା ଘାଟରେ ପାଣି ସଫା କରାଯାଇନି । ମାର୍ଚ୍ଚ ୯, ୧୩ ଓ ୨୫ ତାରିଖରେ ସାହି ସ୍ନାନ ହେବାର ଅଛି । ଏହା ପୂର୍ବରୁ ଯମୁନା ଜଳ ପରିଷ୍କାର କରିବାକୁ ଦାବି କରିଛନ୍ତି ସାଧୁ ସନ୍ଥ ।

Leave a Reply