ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା, ଅପରିବର୍ତ୍ତିତ ରହିଲା EMI ଏବଂ ଋଣ ସୁଧହାର

1 min read

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ଇଏମ୍‌ଆଇ ଏବଂ ଋଣ ସୁଧହାର । ବଦଳିଲାନି ରୋପୋ ଓ ରିଭର୍ସ ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ଚଳିତବର୍ଷ ରେପୋ ହାରକୁ ୪ ପ୍ରତିଶତ ରଖିଥିବାବେଳେ ରିଭର୍ସ ରେପୋ ୩ ଦଶମିକ ୩୫ ପ୍ରତିଶତ ରଖିଛନ୍ତି । ଆଜି ମୁଦ୍ରାନୀତି କମିଟି ବୈଠକ ପରେ ଏହି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଇଏମ୍‌ଆଇ ଓ ଋଣ ସୁଧହାରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏହାଛଡା ଚଳିତ ଆର୍ଥିକବର୍ଷରେ ଜିଡିପି ୯ ଦଶମିକ ୫ ପ୍ରତିଶତ ହ୍ରାସ ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ମୁଦ୍ରାନୀତି କମିଟିର ତିନି ଦିନିଆ ସମୀକ୍ଷା ବୈଠକ ପରେ ରିଜର୍ଭ ବ୍ୟାଙ୍କ ଏଭଳି ପୂର୍ବାନୁମାନ କରିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅର୍ଥନୀତି ସାମାନ୍ୟ ଉନ୍ନତି ଆସିବ ଏବଂ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ସକାରାତ୍ମକ ସୀମା ପର୍ଯ୍ୟନ୍ତ ପହଞ୍ଚିପାରେ । ଏହାପୂର୍ବରୁ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ- ସିଏସଓ ଦ୍ବାରା ପ୍ରକାଶିତ ଆକଳନ ଅନୁଯାୟୀ ଜିଡିପି ପ୍ରଥମ ତ୍ରୈମାସରେ ୨୩ ଦଶମିକ ୯ ପ୍ରତିଶତ ହ୍ରାସ ପାଇଛି ।

Leave a Reply