ଦେଶ ନୂଆ ରଣନୀତି ସହ ଆତାଙ୍କବାଦୀଙ୍କ ସହ ଲଢୁଛି: ମୋଦି

1 min read

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ‘ସମ୍ବିଧାନ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଗୁଜୁରାଟର କେବାଡିଆ ଠାରେ ଅଲ୍ ଇଣ୍ଡିଆ ପ୍ରେସାଇଡିଂ ଅଫିସର୍ସ କନଫରେନ୍ସକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସମ୍ବୋଧନରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ କେବେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି । ଏପରିକି ଦେଶ ନୂଆ ରଣନୀତିରେ ଆତଙ୍କବାଦୀଙ୍କ ସହିତ ଲଢୁଥିବା ନେଇ ପ୍ରକାଶ କରିବା ସହ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ସମ୍ପୂର୍ଣ୍ଣ ଭାବେ ଡିଜିଟାଇଜେସନର ସମୟ ଆସିଯାଇଛି । ଏବେ ଆମକୁ ପେପରଲେସ୍ ଉପାୟ ଉପରେ ଜୋର ଦେବାକୁ ପଡିବ । ଏନେଇ ପ୍ରିଜାଇଡିଂ ଅଫିସର ଭାବିଲେ ଯାଇ ବିଧାୟକମାନଙ୍କୁ ସହଜ ହେବ । ବିଧାନସଭାରେ ଚର୍ଚ୍ଚାରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବା ଲାଗି ପ୍ରୟାସ କରିବାକୁ ପଡିବ । ଯେଉଁ ବିଷୟରେ ସଦନରେ ଚର୍ଚ୍ଚା ହେବ, ସେ ସମ୍ବନ୍ଧୀୟ ଲୋକଙ୍କୁ ଡକାଯିବ । ମୋ ପାଖରେ ପ୍ରସ୍ତାବ ଅଛି ହେଲେ ଆପଣଙ୍କ ପାଖରେ ଅନୁଭବ ରହିଛି ବୋଲି ମୋଦି ପ୍ରକାଶ କରିଛନ୍ତି ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ କରୋନା ସମୟରେ ସାରା ଦେଶ ଆମ ନିର୍ବାଚନ ପ୍ରଣାଳୀ ଦେଖିଛି । ନିର୍ଦ୍ଧାରିତ ସମୟରେ ନିର୍ବାଚନ ଓ ସରକାର ବନାଇବା ଏତେଟା ସହଜ ନୁହେଁ । ସମ୍ବିଧାନରୁ ମିଳିଥିବା ଶକ୍ତି ଏହାକୁ ସହଜ କରୁଛି । ଅର୍ଥ ବ୍ୟବସ୍ଥାକୁ ସମୟର ସହ ହିସାବ କରିବା ଲାଗି ଆମକୁ ସଂକଳ୍ପିତ ଭାବରେ କାମ କରିବାକୁ ପଡିବ । ଏପରିକି ସଂକଳ୍ପକୁ ସିଦ୍ଧାନ୍ତରେ ପହଞ୍ଚାଇବା ଲାଗି ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ଏକଜୁଟ ହୋଇ କାମ କରିବାକୁ ପଡିବ ।

Leave a Reply