ଏୟାର ଇଣ୍ଡିଆରେ ବରିଷ୍ଠ ନାଗରିକଙ୍କୁ ଲାଗିବ ହାଫ୍‌ ଟିକେଟ୍

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ କେନ୍ଦ୍ର ସରକାରଙ୍କ ନୂଆବର୍ଷ ଗିଫ୍ଟ। ଏୟାର ଇଣ୍ଡିଆରେ ଯାତ୍ରା କଲେ ସିନିୟର ସିଟିଜେନଙ୍କୁ ଲାଗିବ ହାଫ୍‌ ଟିକେଟ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଏୟାର ଇଣ୍ଡିଆ ୱେବସାଇଟ୍‌ରେ ଏ ସମ୍ପର୍କୀତ ସମସ୍ତ ସୂଚନା ପ୍ରଦାନ କରାଯାଇଛି। ଭାରତର ଯେକୌଣସି ସ୍ଥାନକୁ ଯିବାକୁ ଚାହୁଁଥିବା ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ମିଳିବ। ପୂର୍ବରୁ ଏୟାରଇଣ୍ଡିଆର ଏହି ସ୍କିମ୍‌ ଆରମ୍ଭ ହୋଇଥିଲା. କିନ୍ତୁ ଏବେ ଏହାକୁ ମାନ୍ୟତା ଦିଆଯାଇଛି. ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ପ୍ରକ୍ରିୟା ଜାରି ରଖିଛନ୍ତି। ଟାଟା ଗ୍ରୁପ୍ ପୁଣି ଥରେ ଏହା ସଞ୍ଚାଳନ ଦାୟିତ୍ୱ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

ସର୍ତ୍ତାବଳୀ:

  • ବରିଷ୍ଠ ନାଗରିକମାନେ ଭାରତରେ ସ୍ଥାୟୀ ବାସିନ୍ଦା ହୋଇଥିବେ
  • ଯାତ୍ରା ତାରିଖରେ ବ୍ୟକ୍ତି ୬୦ବର୍ଷ ହୋଇଥିବେ
  • ଇକୋନୋମି କ୍ଲାସରେ ବୁକିଂ ଶ୍ରେଣୀର ମୌଳିକ ଭଡ଼ାର ୫୦% କମ୍ ପଡ଼ିବ ।
  • ଭାରତର ଯେକୌଣସି କ୍ଷେତ୍ର ପରିଦର୍ଶନ କରିପାରିବେ।
  • ଟିକେଟ୍ ପ୍ରଦାନ ତାରିଖ ଠାରୁ ୧ ବର୍ଷ ପାର୍ଯ୍ୟନ୍ତ ପ୍ରଯୁଜ୍ୟ ।
  • ସାତ ଦିନ ପୂର୍ବରୁ ଟିକେଟ୍ ବୁକିଂରେ ବୈଧ।

Leave a Reply