ନିତି ଆୟୋଗ ବୈଠକ : କରୋନା କାଳରେ ଦେଶ ଏକାଠି କାମ କରିଥିଲା,ଅର୍ଥନୀତି ଟ୍ରାକକୁ ଫେରୁଛି

ନୂଆଦିଲ୍ଲୀ: ନିତି ଆୟୋଗର ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କରୋନା କାଳରେ ଦେଶ ଦେଖିଲା ଯେ, କେମିତି କେନ୍ଦ୍ର ଓ ରାଜ୍ୟ ଏକାଠି କାମ କରିବା ଦ୍ୱାରା ସଫଳତା ମିଳିଲା । ଏହା ଦ୍ୱାରା ବିଶ୍ୱକୁ ସକରାତ୍ମକ ସନ୍ଦେଶ ମିଳିଲା । ଅନେକ ରାଜ୍ୟ ଦ୍ରୁତଗତିରେ ବିକାଶ କରିଛନ୍ତି । ବିକାଶ କେନ୍ଦ୍ର ଓ ରାଜ୍ୟଙ୍କର ମୁଖ୍ୟ ଏଜେଣ୍ଡା ହେବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଅପରେଟିଭ୍ ଫେଡରାଲିଜମ(ସହକାରୀ ସଂଘବାଦ)କୁ ଅଧିକ ସାର୍ଥକ କରିବା ଆବଶ୍ୟକ । କୋଅପରେଟିଭ୍ ଫେଡରାଲିଜମକୁ ଜିଲ୍ଲା ସ୍ତରକୁ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଷଷ୍ଠ ନୀତି ଆୟୋଗ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କୋଟିଏରୁ ଅଧିକ ନେଲେଣି କରୋନା ଟିକା

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ୨୦୧୪ ରୁ ଗ୍ରାମୀଣ ଓ ସହର ଭାରତରେ ୨.୪ କୋଟି ଅଧିକ ଘର ତିଆରି ହୋଇଛି । ୬ଟି ରାଜ୍ୟରେ ଆଧୁନିକ ଘର ତିଆରି ଉପରେ କାମ ଚାଲିଛି । କିଛି ମାସ ମଧ୍ୟରେ ନୂଆ ମଡେଲ ସହିତ ମଜବୁତ ଘର ତିଆରି ହେବ । ଅର୍ଥନୀତିରେ ଘରୋଇ ଉଦ୍ୟୋଗକୁ ଯୋଗଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ଦେଖୁଛି କିଭଳି ଭାବେ ଘରୋଇ କ୍ଷେତ୍ର ଦେଶର ବିକାଶର ବଢିଚଢି ଭାଗ ନେଉଛି । ସରକାର ଭାବେ ଆମକୁ ଘରୋଇ କ୍ଷେତ୍ରର ଏହି ଉତ୍ସାହକୁ ସମ୍ମାନ ଦେବାକୁ ପଡିବ ଓ ସେମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନରେ ସେତିକି ସୁଯୋଗ ଦେବାର ଅଛି । ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଭାରତରେ ଗୁଗଲ ଭଳି କମ୍ପାନୀଙ୍କ ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply