ସମବାୟ ବ୍ୟାଙ୍କ,ଶିଶୁ ଋଣଠାରୁ ମହାକାଶ..ମୋଦି କ୍ୟାବିନେଟ୍ ନେଲେ ବଡ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ, ମହାକାଶ ବିଜ୍ଞାନ ଓ ବ୍ୟାଙ୍କ ସଂସ୍କାରକୁ ନେଇ ବୃହତ ସୁଧାର ପାଇଁ ଅଧ୍ୟାଦେଶକୁ ମଂଜୁରୀ ଦିଆଯାଇଛି । ବର୍ତ୍ତମାନଠାରୁ ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ନୀରିକ୍ଷଣରେ କାମ କରିବେ ।

୧୪୮୨ଟି ସହରାଂଚଳ ସମବାୟ ବ୍ୟାଙ୍କ ଓ ୫୮ଟି ବହୁ ରାଜ୍ୟ ସମବାୟ ବ୍ୟାଙ୍କ ସମେତ ସରକାରୀ ବ୍ୟାଙ୍କଙ୍କୁ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କର ସୁପରଭିଜନ ମଧ୍ୟକୁ ଅଣାଯିବ । ଆରବିଆଇ ସମବାୟ ବ୍ୟାଙ୍କ ଉପରେ ନିଜ କ୍ଷମତା ପ୍ରୟୋଗ କରିପାରିବ ।

କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ଅନୁସାରେ ଆରବିଆଇ ନୀରିକ୍ଷଣ ମଧ୍ୟକୁ ସମବାୟ ବ୍ୟାଙ୍କ ଆସିବା ଦ୍ୱାରା ଏହିସବୁ ବ୍ୟାଙ୍କର ଗ୍ରାହକ ମାନେ ଲାଭାନ୍ୱିତ ହେବେ । ଏଭଳି ବ୍ୟାଙ୍କର ୮.୬ କୋଟି ଜମାକାରୀଙ୍କ ୪.୮୪ ଲକ୍ଷ କୋଟି ଟଙ୍କା ଏହା ଦ୍ୱାରା ସୁରକ୍ଷିତ ବୋଲି ସନ୍ଦେଶ ଯିବ ।ଜାବଡେକରଙ୍କ ଅନୁସାରେ କ୍ୟାବିନେଟରେ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ବଡ ଧରଣର ସଂସ୍କାର ଅଣାଯାଇଛି ।

ଶିଶୁ ଲୋନ୍ ସୁଧରେ ଦୁଇ ପ୍ରତିଶତ ଛାଡ

କ୍ୟାବିନେଚ୍ ମୁଦ୍ରା ଲୋନ୍ ଅନ୍ତର୍ଗତରେ ଶିଶୁ ଲୋନର ସୁଧରେ ଦୁଇ ପ୍ରତିଶତ ହ୍ରାସ କରଛନ୍ତି । ଏହାଦ୍ୱାରା ୯ କୋଟି ୩୭ ଲକ୍ଷ  ଲାଭାନ୍ୱିତ ହେବେ । ମୁଦ୍ରା ଲୋନ୍ ଅନ୍ତର୍ଗତରେ ୫୦ ହଜାର ଟଙ୍କାର ଲୋନ୍ ଶିଶୁ ଋଣରେ ଯାଇଥାଏ । ଏହି ଯୋଜନା ୧ ଜୁନରୁ ଆରମ୍ଭ ହୋଇ ମେ’ ୨୦୨୧ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୫୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।

 

.

Leave a Reply