ଅନ୍ୟ କାହା ଜମିରେ ‘ମୋ ଉପକାରୀ ବଗିଚା’ର ଫଳକ ଲଗାଇ ଅର୍ଥ ହଡ଼ପ ଅଭିଯୋଗ

ଆନନ୍ଦପୁର: ‘ମୋ ଉପକାରୀ ବଗିଚା’ ନାଁ ରେ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ । ଅନ୍ୟ କାହାର ଚାଷ ଜମିରେ ଫଳକ ଲଗାଇ ହୋଇଛି ଅର୍ଥ ଲୁଟ । ଏଭଳି ଏକ ଘଟଣା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅତାସାହି ଗାଁରେ ଦେଖିବାକୁ ମିଳିଛି । ସନାତନ ସାହୁ ନାମକ ଜଣେ ଚାଷୀ ନିଜ ପୈତୃକ ଜମିରେ ପନିପରିବା ଚାଷ କରିଥିଲେ ।

ସମ୍ପୃକ୍ତ ଜମି ଉପରେ ସନାତନଙ୍କର ଜଣେ ସମ୍ପର୍କୀୟ ମନରେଗା ଯୋଜନାରେ ମୋ ଉପକାରୀ ବଗିଚା ର ସୂଚନା ଫଳକ ଲଗାଇ ୪୦ ହଜାର ରୁ ଉର୍ଦ୍ଧ୍ୱ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ତେବେ ସୂଚନା ଫଳକରେ ଥିବା ନାରେ କୌଣସି ଜମି ନଥିବା ବେଳେ କୌଣସି ତଦନ୍ତ ନକରି ସେମାନଙ୍କୁ ଏହି ଯୋଜନା ରେ କିପରି ସାମିଲ କରାଗଲା ତାହାକୁ ନେଇ  ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ  ଏନେଇ ଆମେ ଘଷିପୁରା ବିଡ଼ିଓଙ୍କୁ ପଚାରିବା ପରେ ସଂପୃକ୍ତ କାର୍ଯ୍ୟରେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି ବିଡ଼ିଓ ମହାଶୟ । ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଅଭିଯୋଗ ପରେ ସୂଚନା ଫଳକରୁ ଦୁଇ ଜଣ ଚାଷୀଙ୍କ ନାମ କୁ ଲିଭାଇ ଦିଆଯାଇଛି ।

Leave a Reply