ସରିଲା କମିଶନଙ୍କ କାର୍ଯ୍ୟକାଳ, ବନ୍ଦ ହେଲା କାର୍ଯ୍ୟାଳୟ

କଟକ: ଆଜିଠାରୁ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରେ ତାଲା ପଡିଛି । ଗତ ମାର୍ଚ୍ଚ ୪ ତାରିଖରୁ ଜଷ୍ଟିସ ଏମ ଏମ ଦାସ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏ ବାବଦରେ  ସରକାରଙ୍କୁ ବାରମ୍ୱାର ଅବଗତ କରାଯିବା ପରେ ବି କାର୍ଯ୍ୟକାଳ ବୃଦ୍ଧି କରାଯାଇନଥିଲା । ବୃଦ୍ଧି ନ କରାଯିବା ହେତୁ  କମିଶନ କାର୍ଯ୍ୟାଳୟକୁ ନିଜେ ଆସିବା ବନ୍ଦ କରିଥିଲେ । ମାତ୍ର କମିଶନଙ୍କ ବ୍ୟତୀତ ଅନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଉଥିଲେ । କାର୍ଯ୍ୟକାଳ ବୃଦ୍ଧି ନ ହୋଇଥିବାରୁ କାର୍ଯ୍ୟାଳୟ ବନ୍ଦ କରିବା ଲାଗି କମିଶନ ରାଜ୍ୟ ସରକାରଙ୍କୁ ଗତ ଜୁନ ୧୭ ତାରିଖରେ ଚିଠି ଦ୍ୱାରା ଜଣାଇଥିଲେ ।

ସରକାରୀ ପତ୍ରଠାରୁ ଆରମ୍ଭ କରି ସତ୍ୟପାଠ ଗୁଡିକର ଦାୟିତ୍ୱ ସରକାର ନେବା ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । କମିଶନଙ୍କ କର୍ମଚାରୀ ମାନେ ଫେବୃୟାରୀ ମାସରୁ ନିଜର ବକେୟା ଦରମା ପାଇନଥିବା ପ୍ରସଙ୍ଗକୁ ମଧ୍ୟ ଉଲ୍ଲେଖ କରିଥିଲେ । ଏକ ମାସ ମଧ୍ୟରେ ସମସ୍ତ ଦାୟିତ୍ୱ  ହସ୍ତାନ୍ତର ପକ୍ରିୟା ଶେଷ କରିବାକୁ କମିଶନ ଚିଠିରେ ଉଲ୍ଲେଖ କରିଥିଲେ । ଗତକାଲି ଏହି ଅବଧି ଶେଷ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଲିନଥିଲା । ଫଳରେ ଆଜିଠାରୁ କମିଶନଙ୍କ କାର୍ଯ୍ୟାଳୟ ବନ୍ଦ ରହିଛି । ଯଦି ଖୁବଶୀଘ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବେ ତେବେ କମିଶନଙ୍କ କାର୍ଯ୍ୟାଳୟରେ ରହିଥିବା ସମସ୍ତ ଡାଟା ବେସ ନଷ୍ଟ ହେବାର ସମ୍ଭାବନା ରହିଛି ।

Leave a Reply