ପରୀ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାକୁ ନେଇ ଘନଉଛି ରାଜନୀତି । ମାମଲାକୁ ନେଇ ବିଜେପି ଅଭିନୟ ଓ ରାଜନୀତି କରୁଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଜେପିକୁ ସିଧା ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି । ପରୀ ମାମଲାରେ ସିବିଆଇ ତଦନ୍ତର କିଛି ଲାଭ ନାହିଁ ଏସଆଇଟି ତଦନ୍ତ ହିଁ ଯଥେଷ୍ଟ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ସେମାନେ ତ ପୂର୍ବରୁ ପରୀ ପ୍ରସଙ୍ଗ ଉଠାଇ ନଥିଲେ । କଂଗ୍ରେସ ବିଧାନସଭା ଓ ନୟାଗଡ଼ରେ ଏହି ପ୍ରସଙ୍ଗ ଉଠାଇଥିଲା । ପରୀ ମୃତ୍ୟୁର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ସିବିଆଇ ତଦନ୍ତରୁ କିଛି ବାହାରିବନି । ପୂର୍ବରୁ ୪ଟି କେସ ସିବିଆଇ ତଦନ୍ତ କରିଛି । କିନ୍ତୁ କିଛି ଫଳ ମିଳିନି ।

ତେବେ ସାରା ରାଜ୍ୟରେ ହତ୍ୟା ହେଉଛି ହେଲେ ପରୀ ପାଇଁ ଅଭିନୟ କରି ବିଜେପି ପଲିଟିକାଲ ମାଇଲେଜ୍ ନେବାକୁ ଚେଷ୍ଟା କରୁଥିବା କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦୃଢ ଉକ୍ତି ପ୍ରକାଶ କରିଛନ୍ତି । କେବଳ ସେତି ନୁହେଁ ମାମଲା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ।

Leave a Reply