‘ମଦ ମାଫିଆଙ୍କ ସହ ଜଡ଼ିତ ପ୍ରଦୀପ, ଝିଅ ବାହାଘର ନେଇ ଆଣିଥିଲେ ଟଙ୍କା’

ବ୍ରହ୍ମପୁର: ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପରେ ସାମ୍ୱାଦିକ ସମ୍ମିଳନୀ କରି ପ୍ରଦୀପଙ୍କ ଦୁର୍ନୀତି ଲମ୍ୱା ତାଲିକା ବଖାଣିଛନ୍ତି ଶ୍ରୀ ଜେନା । ୨୦୦୪ ମସିହା ଠାରୁ କ୍ଷମତାର ଅପବ୍ୟବହାର କରି ସେ ବହୁ ଦୁର୍ନୀତି କରିଥିବା ସେ ଅଭିଯୋଗ ଆଣିଛନ୍ତି । ବ୍ରହ୍ମପୁର କୋର୍ଟପେଟା ଛକ ସ୍ଥିତ ଜମି, କରାପଲ୍ଲୀ ପଞ୍ଚାୟତ ବିକ୍ରମପୁରରେ ଜମି ହାତେଇବାରେ ଦୁର୍ନୀତି ହୋଇଛି ଏବଂ ଏହାକୁ ସେ ଅସାଧୁ ଉପାୟରେ ହାତେଇଥିବା ଶ୍ରୀ ଜେନା କହିଛନ୍ତି ।  କରୋନା ସମୟରେ ପ୍ରଦୀପଙ୍କ ବିଳାସ କଥାକୁ ମଧ୍ୟ ସେ ଦୋହରାଇଛନ୍ତି । ଲୋକେ ଭୂତାଣୁର ଭୟ ମଧ୍ୟରେ ପେଶି ହେଉଥିବା ବେଳେ ସେ ଅୟସ କରୁଥିବାର ଅଭିଯୋଗ କରିଛନ୍ତି । ଏଥିସହିତ ସୋରଡାରେ ଶତାଧିକ ଏକର ଜମି ଗଚ୍ଛିତ ରହିଛି ଏବଂ ଏହାର ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ମଦଭାଟି,  ମଦମାଫିଆଙ୍କ ସହ ପ୍ରଦୀପ ଜଡିତ ରହିଛନ୍ତି । ଝିଅ ବାହାଘର ନେଇ ସେ ଲକ୍ଷ ଲକ୍ଷ ଟଙ୍କା ଆଣିଥିବା ଅଭିଯୋଗ କରିଛନ୍ତି ରମେଶ । ଗଞ୍ଜାମ ଜିଲ୍ଲାର ପ୍ରାୟ ଅନେକ ଅଞ୍ଚଳରେ ପ୍ରଦୀପଙ୍କ ଦୁର୍ନୀତି ଚେର ମାଳିଥିବା ସେ କହିଛନ୍ତି । ଏଣୁ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫକୁ ସମର୍ଥନ କରିବା ସହ ଏଭଳି ଗିରଫଦାରୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରମେଶ ଜେନା ।

            ଅପରପକ୍ଷରେ ରମେଶଙ୍କ ନାଁରେ ୫୪ଟି ମିଥ୍ୟା ମାମଲା ଲଗାଇବାରେ ପ୍ରଦୀପଙ୍କ ହାତ ଥିବା ସେ କହିଛନ୍ତି ।

Leave a Reply