ଗାଁରେ ରାତି ବିତାଇଲେ ବିଧାୟକ

1 min read

ରାଜ୍ୟ ସରକାର ‘୫-ଟି’ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି   । ‘୫-ଟି’ ଫର୍ମୁଲାରେ କାମ କରିବାକୁ ସଚିବ ଓ ମନ୍ତ୍ରୀମାନଙ୍କୁ ଆହ୍ୱନ ଦେଇଛନ୍ତି । ରଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ଟିମ୍‌ଓ୍ୱାର୍କ, ଟ୍ରାନ୍ସପରେନ୍ସି, ଟେକ୍‌ନୋଲୋଜି, ଟ୍ରାନ୍ସଫରମେସନ୍‌, ଟାଇମ୍‌ ଅନୁସାରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି  ।

ଏହି କ୍ରମରେ ଯାଜପୁର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ବେରୁଦା ପଞ୍ଚାୟତର ନେଳିପୁର ଗାଁରେ ଆଶୋକ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ‘ଆମ ସଂକଳ୍ପ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଲୋକଙ୍କ ସମସ୍ୟା ବୁଝିଥିଲେ ।

ଏହି ଅବସରରେ ଏଠାରେ ଅନୁଷ୍ଠିତ ସକ୍ରିୟ ସଦସ୍ୟଙ୍କ କର୍ମଶାଳାରେ ଅଭିଭାଷଣ ରଖିଥିଲେ ଯୁବ ବିଧାୟକ । ‘ମୋ ସରକାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେ ଅବଗତ ହୋଇଥିଲେ ।

ଏହା ପରେ ସେଠାରେ ରାତ୍ରିଯାପନ କରିଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । ରବିବାର ଭୋରୁ ସଫେଇ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ଆଦର୍ଶ ଗ୍ରାମରେ ଅନୁଷ୍ଠିତ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ବିଧାୟକଙ୍କ ଗାଁରେ ରାତ୍ରିଯାପନ କରିବା ଓ ଲୋକଙ୍କ ଅଭିଯୋଗ ଶୁଣିବାକୁ ନେଇ ବେଶ୍‌ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । ଅପରପକ୍ଷରେ ସିମ୍ପଲ ଲିଭିଂ,ହାଇ ଥିଙ୍କିଙ୍ଗ୍ ପାଇଁ ସର୍ବଦା ପରାମର୍ଶ ଦେଇଆସଛନ୍ତି ମୁଖ୍ୟମନ୍ତ୍ରୀ । ଯୁବ ବିଧାୟକଙ୍କ କାର୍ଯ୍ୟକ୍ରମରେ ଏହା ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳିଛି । ')}

Leave a Reply