କରୋନା ମୁକାବିଲା ପାଇଁ ବିଧାୟକଙ୍କ ହାତପଣ୍ଠି ବନ୍ଦ କରାଯାଉ,ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ସାଂସଦଙ୍କ ହାତପାଣ୍ଠିକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି । ହାତପାଣ୍ଠି ସ୍ଥଗିତ ଦ୍ୱାରା ୭ ହଜାର ୯ଶହ କୋଟି ଟଙ୍କା ସଂଚୟ  ହୋଉଛି ।ଏହି ଟଙ୍କା କନସୋଲିଡେସନ୍ ଫଣ୍ଡକୁ ଯିବ । ଯାହାକୁ କରୋନା ବିରୋଧୀ ଲଢେଇରେ ଖର୍ଚ୍ଚ କରାଯିବ । ସାଂସଦଙ୍କ ହାତପାଣ୍ଠି ସ୍ଥଗିତ କରାଯିବା ଭଳି ରାଜ୍ୟରେ ବିଧାୟକଙ୍କ ହାତପାଣ୍ଠିକୁ ୨ ବର୍ଷ ପାଇଁ ବନ୍ଦ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀ ନାୟକ ପ୍ରସ୍ତାବ ଦେଇ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଅର୍ଥ ଆବଶ୍ୟକ । ଏମିତିରେ ରାଜ୍ୟର ସମସ୍ତ ବିଧାୟକଙ୍କ ହାତପାଣ୍ଠୀକୁ ଦୁଇ ବର୍ଷ ପାଇଁ ସ୍ଥଗିତ କରାଯାଉ । ଏହାସହ ସେମାନଙ୍କ ଦରମା ୩୦ ପ୍ରତିଶତ କମ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି । ଦରମା କମ କରି ଓ ହାତପାଣ୍ଠି ଦୁଇ ବର୍ଷ ବନ୍ଦ କରିବା ଦ୍ୱାରା ମିଳିବାକୁ ଥିବା ଅର୍ଥକୁ କରୋନା ମୁକାବିଲ ପାଇଁ ଖର୍ଚ୍ଚ କରାଯାଇ ପାରିବ ବୋଲି ସେ କହିଛନ୍ତି ।

Leave a Reply