ସୁନା ନାଁରେ ପିତଳ ବିକ୍ରି କରୁଥିଲେ, ୩ ଜଣଙ୍କୁ ଧରିଲା ପୋଲିସ

ବଲାଙ୍ଗିର: ପୋଲିସ ହାତରେ ସୁନା ଠକ । ପିତ୍ତଳକୁ ସୁନା କହି ବିକ୍ରି କରୁଥିବା ଠକଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ୧.୫ କେଜି ନକଲି ସୁନାକୁ ୨ ଲକ୍ଷ ଟଙ୍କାରେ ବିକ୍ରି ବେଳେ ଧରାପଡ଼ିଛନ୍ତି ଠକ । ଏଭଳି ଅଭିନବ ଠକେଇ ଦେଖିବାକୁ ମିଳିଛି ବଲାଙ୍ଗିର ସଦର ଥାନା ଅଞ୍ଚଳରେ । ଯେଉଁଠି ପୋତା ଧନ ବିକ୍ରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି ।

ପୋଲିସ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧.୫ କେଜି ନକଲି ସୁନା, ଗୋଟିଏ ଡ୍ରିଲ୍ ମେସିନ୍, ୩ଟି ମୋବାଇଲ୍, ଗୋଟିଏ ବାଇକ୍, ନଗଦ ୯ ହଜାର ଟଙ୍କା ଜବତ କରାଯାଇଛି । ଏନେଇ ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି ।

ଘଟଣାରେ ପୋଲିସ ଦୀପକ ମେହେର, କଳାକାହ୍ନୁ ମେହେର, ରାମଦାସ ମାଝିକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ରଞ୍ଜନ ମେହେର ଫେରାର୍ ହୋଇଯାଇଛି । ଗିରଫ ୩ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।

Leave a Reply