ଭୁବନେଶ୍ୱରରୁ କାର ଭଡ଼ାରେ ନେଇ କୋରାପୁଟରେ ଡ୍ରାଇଭରକୁ ମର୍ଡର

1 min read
Miscreants Murdered Car Driver While Taking In Rent Koraput

ଜୟପୁର: ଭଡ଼ାରେ କାର ନେଇ ଡ୍ରାଇଭରକୁ ମର୍ଡର । କୋରାପୁଟ ଛାତରଲାରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ଘଟଣାରେ ମିଳିଲା ବ୍ୟକ୍ତିଙ୍କ ପରିଚୟ । ମୃତକ ଭୁବନେଶ୍ୱର ଅଞ୍ଚଳର ସୁଧୀର କୁମାର ସାହୁ । ସେ ଜଣେ କାର୍ ଡ୍ରାଇଭର ବୋଲି ଜଣାପଡ଼ିଛି । ସୋମବାର ଦିନ ସୁଧୀର ଭୁବନେଶ୍ୱରରୁ ୨ ଜଣ ଯାତ୍ରୀଙ୍କୁ ନେଇ କୋରାପୁଟ ଛାଡ଼ିବାକୁ ଯାଇ ଆଉ ଫେରି ନଥିଲେ । ମଙ୍ଗଳବାର ସ୍ୱିଚ୍ ଅଫ୍ ଆସିଥିଲା ସୁଧୀରଙ୍କ ଫୋନ୍ ।

Miscreants Murdered Car Driver While Taking In Rent Koraput

ସୁଧୀରଙ୍କ ଫୋନ୍ କାହିଁକି ସ୍ୱିଚ୍ ଅଫ୍ ଅଛି ? ଏହାକୁ ନେଇ ସୁଧୀରଙ୍କ ପରିବାର ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରିବାର ଲୋକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଖଣ୍ଡଗିରି ଥାନା ପୋଲିସ ଜିପିଏସ୍ ଟ୍ରାକ୍ କରିବା ପରେ ସୁଧୀରଙ୍କ ଲୋକେସନ୍ କୋରାପୁଟର ବୋରିଗୁମ୍ମା ବୋଲି ଜଣାପଡ଼ିଥିଲା । ପରେ ରାୟଗଡ଼ାରେ ରହୁଥିବା ସୁଧୀରଙ୍କ ବଡ଼ ଭାଇ କେଦାରନାଥ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Miscreants Murdered Car Driver While Taking In Rent Koraput

କୋରାପୁଟ-ଜୟପୁର ରାସ୍ତାର ଛାତରଲା ଗାଁ ନିକଟ ଜମିରେ ସୁଧୀରଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିଲା । ମୃତଦେହ ଠାରୁ କିଛି ଦୂରରେ ସୁଧୀରଙ୍କ ଜୋତା ପଡ଼ିଥିବା ଦେଖିବାକୁ ପାଇଥିଲେ ବଡ଼ ଭାଇ । ହେଲେ, ସେଠାରେ ନଥିଲା ସୁଧୀରଙ୍କ କାର୍ । ଖବର ପାଇ ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି । ସୁଧୀରଙ୍କ କାର ନଥିବାରୁ ମର୍ଡର ପରେ ଭଡ଼ାରେ ଆସିଥିବା ୨ ଜଣ କାର୍ ନେଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି ।

Miscreants Murdered Car Driver While Taking In Rent Koraput

ପୂର୍ବରୁ ବୌଦ୍ଧରେ ଏଭଳି ଏକ ଅପହରଣ ଉଦ୍ୟମ ହୋଇଥିଲା । ଭୁବନେଶ୍ୱରରୁ ୨ ଜଣ ବ୍ୟକ୍ତି ଏକ କାର ଭଡ଼ାରେ ବଲାଙ୍ଗିର ଯାଇଥିଲେ । ଅଧାବାଟରୁ ଡ୍ରାଇଭରକୁ ମାରି କାର ଅପହରଣ ନେଇ ଯୋଜନା କରିଥିଲେ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଅଳ୍ପକେ ଅପହରଣରୁ ବର୍ତ୍ତି ଯାଇଥିଲେ । ରାଜ୍ୟରେ ଏଭଳି କାର ଅପହରଣ ମାମଲା ବୃଦ୍ଧି ପାଉଥିବାରୁ ଭଡ଼ାରେ ଯାଉଥିବା କାର ଚାଳକ ସଚେତନ ହେବା ଜରୁରୀ ହୋଇପଡ଼ିଛି ।

ଏଥିସହ ପଢ଼ନ୍ତୁ- ବାହାଘରରେ ଯୋଗଦେବାକୁ ବୁକ୍ କରିଥିଲେ କାର୍, ଅଧାବାଟରୁ ଉଠାଇ ନେଲେ

Leave a Reply