୨୪ ଘଣ୍ଟା ନପୁରୁଣୁ ରାଜଧାନୀରେ ପୁଣି ଲୁଟ୍‌, ବ୍ୟଙ୍କ ସାମ୍ନାରୁ ଝାମ୍ପିନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍‌

1 min read
Bhubaneswar Loot

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଅପରାଧ । ଖୁଲମ୍‌ ଖୁଲା ଅପରାଧ ଘଟାଉଛନ୍ତି ଦୁର୍ବୃତ୍ତ । ବନ୍ଧୁକ ଧରି ଆରମ୍‌ରେ ବୁଲୁଛନ୍ତି ଆଉ ଲୁଟ୍‌ କରୁଛନ୍ତି । ଲୁଟ୍‌ ସାଙ୍ଗକୁ ହତ୍ୟା ଧମକ, ବଟି ଆଦାୟ ସତେ ଯେମିତି ରାଜଧାନୀ ପାଇଁ ନିତିଦିନିଆ କଥା ହେଲାଣି । ମରଣାନ୍ତକ ଆକ୍ରମଣ, ଗୋଷ୍ଠି ସଂଘର୍ଷ, ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିବା ଭଳି ଘଟଣା ରାଜଧାନୀରେ ବାରମ୍ବାର ଘଟୁଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍‌ ଖବର ମଧ୍ୟ ରାଜଧାନୀବାସୀଙ୍କ ପାଇଁ ନିତିଦିନିଆ ଖବର ପାଲଟିଣାଣି ।

Bhubaneswar Loot

ସୋମବାର ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ ଲୁଟ୍‌ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଇଣ୍ଠିଆନ୍ ଓଭରସିଜ୍‌ ବ୍ୟାଙ୍କ ସାମ୍ନାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । କୁହାଯାଏ ରାଜଧାନୀରେ କମିଶନରେଟ ପୋଲିସ ବହୁତ ପାଓ୍ୱାରଫୁଲ୍‌ । ଅପରାଧ ରୋକିବା ପାଇଁ ଦିନ ରାତି ୨୪ ଘଣ୍ଟରା ଚାରିଆଡ଼େ ପୋଲିସ ପ୍ରହରା ଦେଇଥାଏ । ଗଳିକନ୍ଦିରେ ବି ଦେଖିବାକୁ ମିଳଳେ ପିସିଆର୍‌ ଭ୍ୟାନ୍‌ । କମିଶନରେଟ୍‌ ପୋଲିସର ବିନା ଅନୁମତିରେ ଏଠାରେ କିିଛି ହୋଇପାରେନି । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା । ଅପରାଧୀ ବାରମ୍ବାର ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ୍‌ କରୁଛନ୍ତି । ଦିନ ବେଳେ କମିଶନରେଟ୍‌ ପୋଲିସର ନାକ ତଳେ ହେଉଛି ଲୁଟ୍ ।

https://www.youtube.com/watch?v=0jcgibEOTuA&feature=youtu.be

ନଖରାସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ସମ୍ମୁଖରେ ଜଣେ ଗ୍ରାହକ ଟଙ୍କା ନେଇ ଯାଉଥିବା ବେଳେ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରୁ ଦୁର୍ବୃତ୍ତମାନେ ଗ୍ରାହକଙ୍କଠାରୁ ୫ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ଗୋଟିଏ ବାଇକ୍‌ରେ ଆସି ଲୁଟେରାମାନେ ଟଙ୍କା ଝାମ୍ପି ନେଉଥିବାର ଭିଜୁଆଲ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଟଙ୍କା ଝାମ୍ପି ନୋ ପରେ ସେଠାରେ ଆଖି ପିଛୁଳାକେ ଲୁଟେରା ଉଭାନ୍‌ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥାଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Leave a Reply