KBC ନାଁରେ ଠକେଇ, କୋଟିପତି ହେବା ଲୋଭରେ ହରାଇଲେ ୧୦ ଲକ୍ଷ

1 min read
Miscreants Loot 10 Lakhs From Youth Of Malkangiri

କାଲିମେଳା: ପ୍ରାଇଜ୍ ପ୍ରଲୋଭନ ଦେଖାଇ ଠକେଇ । ହଜାରେ କି ୧୦ ହଜାର ନୁହଁ ପୂରା ୧୦ ଲକ୍ଷ ଟଙ୍କା ଚୂନ ଲଗାଇଛନ୍ତି ଠକ । ଦିନକୁ ଦିନ ରାଜ୍ୟରେ ଅନଲାଇନ୍ ଲୁଟ୍ ବଢ଼ି ଚାଲିଥିବା ବେଳେ ଠକ ନିରୀହ ଲୋକଙ୍କୁ ଫସାଉଛନ୍ତି । ନିରୀହତାର ସୁଯୋଗ ନେଇ ଫୋନରେ ଦେଉଛନ୍ତି କୋଟିପତି ହେବାର ଅଫର୍ । ଦାମୀ ଗାଡ଼ି ସାଙ୍ଗକୁ ଘରର ସ୍ୱପ୍ନ ଦେଖାଇ କରୁଛନ୍ତି ଖାତା ଖାଲି । ଆଉ ଏମିତି ଠକେଇ ଏବେ କେବଳ ସହରରେ ସୀମିତ ନାହିଁ । ଠକଙ୍କ ହାତରେ ଲାଗିଛି ଗାଁରେ ରହୁଥିବା ଖଟିଖିଆଙ୍କ ବ୍ୟାଙ୍କ ଆକାଉଣ୍ଟର ଡାଟାବେସ୍ ।

Miscreants Loot 10 Lakhs From Youth Of Malkangiri

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଠକେଇ । ପ୍ରାଇଜ୍ ଲୋଭ ଦେଖାଇ ଠକ ଲୁଟି ନେଇଛନ୍ତି ୧୦ ଲକ୍ଷ ଟଙ୍କା । ଏମିତି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରୁ । MPV-୭ ଗ୍ରାମର ଆଶିଷ ରାୟଙ୍କ ଠାରୁ ୧୦ ଲକ୍ଷ ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ପ୍ରକାରେ କିଛିଦିନ ତଳେ ଆଶିଷଙ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ସେ କେବିସି ଜ୍ୟାକପଟରେ ଏକ ଦାମୀ କାର ସହ ଘର ଜିତିଥିବା ନେଇ କହିଥିଲେ କଲ୍ କରିଥିବା ବ୍ୟକ୍ତି ।

Miscreants Loot 10 Lakhs From Youth Of Malkangiri

ଆଉ ଏହି କଲକୁ ସତ ଭାବି ନେଇଥିଲେ ଆଶିଷ । କଲ୍ କରିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ପ୍ରାଇଜ୍ ପାଇବା ଲୋଭରେ ପ୍ରଥମେ ୩ ହଜାର ଟଙ୍କା ପରେ ୬ ହଜାର ଟଙ୍କା ଦେଇଥିଲେ । ଏମିତି ବିଭିନ୍ନ ପର୍ଯ୍ୟାୟରେ ୫୦ ହଜାରରୁ ଅଧିକ ଟଙ୍କା ଆଶିଷଙ୍କ ଠାରୁ ଲୁଟିବା ପରେ ଠକ ରଚିଥିଲେ ନୂଆ ଚାଲ୍ । ଆଉ ପ୍ରାଇଜ୍ ଲୋଭରେ ପଡ଼ିଥିବା ଆଶିଷ ବି ଘର ଓ ଦାମୀ ଗାଡ଼ିର ମୋହରୁ ମୁହଁ ଫେରାଇ ପାରିନଥିଲେ । ଶେଷରେ ସେ ଜମି ବିକି ୧୦ ଲକ୍ଷ ଟଙ୍କା ଠକର କହିବା ଅନୁଯାୟୀ ବିଭିନ୍ନ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ । ଆଶିଷ ଠକେଇର ଶିକାର ହୋଇଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Leave a Reply