ବାଇକରେ ଆସି ବାପାକୁ ଖୋଜୁଥିଲେ, ପୁଅକୁ ଉଠାଇ ନେଲେ

ଗଜପତି: ଗଜପତିରେ ମାତିଛନ୍ତି ନାବାଳକ ଅପହରଣକାରୀ । ବାପକୁ ଖୋଜୁଛନ୍ତି, ପୁଅକୁ ଉଠାଇ ନେଉଛନ୍ତି । ବୁଧବାର ସନ୍ଧ୍ୟାରେ ଏମିତି ଏକ ଅପହରଣ ହୋଇଛି ଗଜପତି ଜିଲ୍ଲାର କାଶୀନଗର ଗାଁରୁ । ସନ୍ଧ୍ୟାରେ ଗାଁ ଝାମି ଗୋପୀଙ୍କ ୭ ବର୍ଷର ନାବାଳକ ପୁଅ ହାର୍ଦ୍ଦିକ ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ସେତିକିବେଳେ ବାଇକରେ ଗାଁକୁ ୨ ଜଣ ଆସିଥିଲେ । ହାର୍ଦ୍ଦିକକୁ ବାପାଙ୍କ ନାଁ ଧରି ପଚାରିଥିଲେ ବାପା କେଉଁଠି ଅଛନ୍ତି ।

Miscreants Kindapped 7 Years Old Hardhik From Gajapati

ବାପା କାଜୁ ଫ୍ୟାକ୍ଟ୍ରିରେ ଥିବା ନେଇ ହାର୍ଦ୍ଦିକ ସେମାନଙ୍କୁ କହିଥିଲା । ଆଉ କାଜୁ ଫ୍ୟାକ୍ଟ୍ରି କେଉଁଠି ବୋଲି ଦେଖାଇବାକୁ କହି ୨ ଜଣ ହାର୍ଦ୍ଦିକଙ୍କୁ ବାଇକରେ ନେଇ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ସେମାନେ ହାର୍ଦ୍ଦିକକୁ ନେଇ କାଜୁ ଫ୍ୟାକ୍ଟ୍ରି ରାସ୍ତାରେ ଯାଇନଥିଲେ । ବରଂ ମୁଖ୍ୟ ରାସ୍ତାରେ ଦ୍ରୁତ ଗତିରେ ପଳାଇଥିଲେ ।

Miscreants Kindapped 7 Years Old Hardhik From Gajapati

ଏନେଇ ପରିବାର ପକ୍ଷରୁ କାଶୀନଗର ଥାନାରେ ଏତଲା ଦିଆଯାଇଛି । ଅପହରଣ ଅଭିଯୋଗ ପରେ ହାର୍ଦ୍ଦିକକୁ ଖୋଜାଖୋଜି କରୁଛି ପୋଲିସର ଏକ ସ୍ବତନ୍ତ୍ର ଟିମ୍ । ଅପହରଣକାରୀ ହାର୍ଦ୍ଦିକକୁ ନେଇ ଆନ୍ଧ୍ର ଭିତରକୁ ଚାଲିଯାଇଥିବା ସନ୍ଦେହ କରି ପୋଲିସ ତଦନ୍ତକୁ ଜୋରଦାର କରିଛି । ଗୁରୁବାର ସକାଳୁ ନିଜେ ଏସପି ଓ ଏସଡିପିଓ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

Leave a Reply