ମର୍ଣ୍ଣିଂ ୱାକ୍‌ ବେଳେ ବୃଦ୍ଧାଙ୍କ ବେକରେ କଟୁରି ଲଗାଇ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଛିନତାଇ ଗ୍ୟାଙ୍ଗର ଆତଙ୍କ । ବୃଦ୍ଧାଙ୍କ ବେକରେ କଟୁରି ଲଗେଇ ଝାମ୍ପି ନେଲେ ସୁନା ଚେନ । ପ୍ରାତଃଭ୍ରମଣ ସମୟରେ ଜେଲ ଫ୍ରଣ୍ଟ ଗଳି ଶ୍ୟାମା ଆପାର୍ଟମେଂଟ ସାମ୍ନାରେ ବେକରେ କଟୁରୀ ଲଗାଇ ୩ ଦୁର୍ବୃତ ଚେନ ଝାମ୍ପି ନେଇଥିବା ଅଭିଯୋଗ । ସୂଚନା ପାଇ ଲକ୍ଷ୍ମୀ ସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ପ୍ରତିଦିନ ମହିଳା ଜଣଙ୍କ ମର୍ଣ୍ଣିଂୱାକ ସାରି ୭ଟାରେ ଘରକୁ ଫେରନ୍ତି । ଆଜି ସକାଳେ ମର୍ଣ୍ଣିଂୱାକ ସାରି ଘରକୁ ଫେରିବା ସମୟରେ ତିନି ଜଣ ଦୁର୍ବୃତ୍ତ ସମ୍ ଆପାର୍ଟମେଣ୍ଟ ପାଖରେ ବାଇକରେ ବସିଥିବା ଦେଖିଥିଲେ ମହିଳା ଜଣଙ୍କ । ଏହାପରେ ହଠାତ ମହିଳାଙ୍କୁ ଅଟକାଇ ବେକରେ କଟୁରୀ ଲଗାଇ  ଚେନ ଛିଣ୍ଡାଇ ନେଇଥିବା କହିଛନ୍ତି ଛିନତାଇର ଶିକାର ହୋଇଥବା ମହିଳା ।

Leave a Reply