ନାବାଳିକାଙ୍କ ସହ ପରିଚିତଙ୍କ ସମ୍ପର୍କିୟ ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଅଟକ

ଢ଼େଙ୍କାନାଳ: ଔଷଧ ଆଣିବା ପାଇଁ ସାଙ୍ଗରେ ଯିବାକୁ କହି ଦୁଷ୍କର୍ମ ଉଦ୍ୟମ । ଘରଠାରୁ ଅଭିଯୁକ୍ତ ୭ କିଲୋମିଟର ଦୁରରେ କରୁଥିଲେ ଦୁଷ୍କର୍ମ ପାଇଁ ଉଦ୍ୟମ । କରୋନା ସମୟରେ ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛନ୍ତି ନାବାଳିକା । କେଉଁଠିନା କେଉଁଠି ପ୍ରତି ଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ନାବାଳିକା । ତେବେ କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ଥାନା ଭଦଳିଆ ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଏ ନେଇ ପରିବାର ତରଫରୁ କଙ୍କଡ଼ାହାଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ କୁ ଅଟକ ରଖିବା ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ହେଉଉନ୍ତି ଉକ୍ତ ଗାଁର ନରହରି ମହାରଣା ।

ସୂଚନା ଅନୁଯାୟୀ, ନାବାଳିକା ଜଣକ ଘରେ ଥିବାବେଳେ ସେହି ଗ୍ରାମର ନରହରି ମହାରଣା ନାବାଳିକାଙ୍କ ପାଖକୁ ଆସିଥିଲେ । ତାଙ୍କ ବାପା ଦେହ ଖରାପ ଥିବାରୁ ଔଷଧ ଓ ଫଳ କିଣିବାକୁ କହି କଙ୍କଡ଼ାହାଡ଼ ବଜାରକୁ ନେଇ ଆସିଥିଲେ । ପରେ ନରହରି ଉକ୍ତ ନାବାଳିକାକୁ କଙ୍କଡ଼ାହାଡ଼ ଠାରୁ ୭କିଲୋମିଟର ଦୂର କଲଦା ଗାଁର ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ନିଜ ବାପାଙ୍କୁ ଏ ବିଷୟରେ ଜଣାଇଥିଲେ । ଏ ସମ୍ପର୍କ ରେ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତ କୁ ଅଟକ ରଖିଛି । ଏ ସମ୍ପର୍କ ରେ ଖବର ପାଇ ଢେଙ୍କାନାଳ ଅତିରିକ୍ତ ଏସପି ଘଟଣା ଘଟିଥିବା ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଘଟଣାରେ ଏବେ ତଦନ୍ତ ଚାଲିଥିବାରୁ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ ।

 

Leave a Reply