ଗତ ୩ଦିନ ଧରି ନିଖୋଜ ଥିଲେ ନାବାଳିକା, ଆଜି ମିଳିଲା ମୃତଦେହ

ଭୁବନେଶ୍ୱର: ଗତ ୩ ଦିନ ଧରି ବାଲେଶ୍ୱର ଜିଲ୍ଲାର ଜଣେ ନାବାଳିକା ନିଖୋଜ ଥିବାବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଅଟକ ରଖିଛି ପୋଲିସ ।

ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସୁନ୍ଦର କୋଇଲି ଗ୍ରାମରେ ଜଣେ ସାତ ବର୍ଷର ନାବାଳିକା ନିଖୋଜ ଥିଲେ। ଏବେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସୁନ୍ଦର କୋଇଲି ଗ୍ରାମର ବଳରାମ ପାତ୍ରଙ୍କ ସାତ ବର୍ଷର ନାବାଳିକା ଝିଅ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା । ନାବାଳିକା ତାର ମାମୁଁ ଘରେ ରହି ପାଠ ପଢୁଥିବାବେଳେ ସେଠାରୁ ସେ ନିଖୋଜ ହୋଇଯାଇଥିଲା । ଏ ନେଇ ପରିବାର ଲୋକେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ ପୋଲିସ ବିଷ୍ଣୁପ୍ରିୟା ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚାରାଉଚାରା କରୁଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave a Reply