ବଦଳୁନି ମାନଷିକତା, ପୁଣି ଆଉ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ !

ଜଗତସିଂହପୁର: ଦେଶସାରା ଦୁଷ୍କର୍ମ ପ୍ରତିବାଦର ବହ୍ନି । ହାଇଦ୍ରାବାଦରେ ଚାରି ଚାରି ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର । ତଥାପି ବଦଳୁନି ମାନଷିକତା, ମାତିଛନ୍ତି ଯୌନ ପିପାସୁ । କାମାନ୍ଧଙ୍କ ଆଖିରୁ ବାଦ୍ ପଡ଼ୁନି କଅଁଳ କଢ଼ି । ପୁରୀରେ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ୪ ଦିନ ବି ବିତିନି । ପୁଣି ଜଗତସିଂହପୁର ଜିଲ୍ଲାରୁ ଆସିଛି ଦୁଷ୍କର୍ମ ଅଭିଯୋଗ ।କୁଜଙ୍ଗ ବ୍ଲକ ଗଡ଼ କୁଜଙ୍ଗ ପଞ୍ଚାୟତରୁ ଆସିଛି ଏମିତି ଅଭିଯୋଗ । ସନ୍ଧ୍ୟାରେ ତେଜରାତି ଦୋକାନୀକୁ ସଉଦା ପାଇଁ ଯାଇଥିବା ନାବାଳିକାଙ୍କ ସହ ୭୦ ବର୍ଷୀୟ ପ୍ରଫୁଲ ମହାନ୍ତି ଦୁଷ୍କର୍ମ କରିଥିବା ନେଇ ଅଭୟଚାନ୍ଦ ପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଖୋଳତାଡ଼ କରିବା ସହ ଅଭିଯୁକ୍ତ ପ୍ରଫୁଲକୁ ଗିରଫ କରି ପଚରାଉଚରା କରୁଛି । ଆସନ୍ତାକାଲି ସାଇଣ୍ଟିଫିକ୍ ଘଟଣାସ୍ଥଳ ପରିଦର୍ଶନ କରିବ ବୋଲି ଜଣାପଡ଼ିଛି ।

Leave a Reply