ପୁଣି ଲଜ୍ଜା, ଦୀପାବଳିରେ ବୁଲେଇବାକୁ ନେଇ ଜଙ୍ଗଲରେ ଦୁଷ୍କର୍ମ

Infocity Minor Girl Rape Case, Pocso Court Rejected 4 Accused Bail Plea

ବାରିପଦା: ପୁଣି ଲଜ୍ଜା । ରାଜ୍ୟରେ ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ବାରିପଦାରୁ । ସେଠାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଯୁବକକୁ ଗିରଫ ମଧ୍ୟ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୁନାମୁହିଁ ଅଞ୍ଚଳର ଶିବ ସିଂହ ।

ସୂଚନାନୁସାରେ ଅଭିଯୁକ୍ତ ଯୁବକ ଜଣକ ଦୀପାବଳିରେ ନାବାଳିକାଙ୍କୁ ବୁଲାଇବାକୁ କହି ସାଙ୍ଗରେ ନେଇଥିଲା । ହେଲେ ବାଟରେ ମଞ୍ଚାବନ୍ଧା ଜଙ୍ଗଲକୁ ନାବାଳିକାକୁ ଜୋର ଜବରଦସ୍ତ ଟେକି ନେଇଥିଲା । ସେଠାରେ ନାବାଳିକାକୁ ଦୁଷ୍ପର୍ମ କରିଥିଲା । ପରେ ଘରକୁ ଆସିବା ପରେ ଏନେଇ ନାବାଳିକା ଜଣକ ନିଜ ପରିବାର ଲୋକଙ୍କୁ ଜଣାଇଥିଲା । ନାବାଳିକା ଝିଅଠାରୁ ସବୁ କିଛି ଜାଣିବା ପରେ ପରିବାର ଲୋକ ବିଳମ୍ବିତ ରାତିରେ ବାରିପଦା ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ୍ ତୁରନ୍ତ ଯୁବକକୁ ଗିରଫ କରିଥିଲା । ଆଉ ତାପରେ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ମଧ୍ୟ କରୁଛି ପୋଲିସ । ନାବାଳିକା ଓ ଅଭିଯୁକ୍ତ ଯୁବକର ଡାକ୍ତରୀ ପରୀକ୍ଷା କରାଯିବ । ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Leave a Reply