ଓଏଏସ୍ ଅଫିସରଙ୍କ ଘରେ ବାରମ୍ବାର ଦୁଷ୍କର୍ମ ପରେ ପୀଡ଼ିତା ନାବାଳିକା ଗର୍ଭବତୀ !

ଭୁବନେଶ୍ୱର: ରାଜଧାନୀରେ ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ । ଓଏଏସ୍ ଅଫିସରଙ୍କ ଘରେ ବାରମ୍ବାର ଦୁଷ୍କର୍ମ ପରେ ପୀଡ଼ିତା ନାବାଳିକା ଏବେ ଗର୍ଭବତୀ । ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ଯାଜପୁର ପୋଲିସ । ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଯାଜପୁରରେ ପହଞ୍ଚି ଆରମ୍ଭ କରିଛନ୍ତି ଖୋଳତାଡ଼ ।

Minor Girl Alleged Rape Several Times By An OAS Officers Father In Law In Bhubaneswar

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା ମନରୁ ଲିଭିନଥିବା ବେଳେ ରାଜଧାନୀରେ ଆଉଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଛି । ଘଟଣା ଘଟିଛି ଜଣେ ଓଏଏସ୍‌ ଅଫିସରଙ୍କ ଶୈଳଶ୍ରୀବିହାର ବାସଭବନରେ । ଓଏଏସ୍ ଅଫିସରଙ୍କ ଘରେ ସହାୟିକା ଭାବେ କାମ କରୁଥିବା ନାବାଳିକା ଜଣକ ଅଫିସରଙ୍କ ଶ୍ୱଶୁରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ୫ମାସ ଧରି ଦୁଷ୍କର୍ମ ପରେ ନାବାଳିକା ଗର୍ଭବତୀ ହୋଇଛନ୍ତି । ନାବାଳିକାଙ୍କ ଘର ଯାଜପୁର ଜିଲ୍ଲାରେ ।

Minor Girl Alleged Rape Several Times By An OAS Officers Father In Law In Bhubaneswar

ଅଭିଯୋଗ ପରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ପକ୍ଷରୁ ଯାଜପୁର ପୋଲିସର ହସ୍ତକ୍ଷେପ ଲୋଡ଼ା ଯାଇଥିଲା । ଯାଜପୁର ପୋଲିସ ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ଓଏଏସ୍‌ ଅଫିସରଙ୍କ ଘରେ ଚଢ଼ାଉ କରାଯାଇଥିଲା । ଅଫିସରଙ୍କ ଅନୁପସ୍ଥିତି ଯୋଗୁ ପୋଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଛି । ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ନିଜଆଡୁ ମାମଲା ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ସମେତ ଭୁବନେଶ୍ୱର ଡିସିପି, ଯାଜପୁର ପୋଲିସ ଏବଂ ବିଏମ୍‌ସି କମିଶନରଙ୍କୁ ରିପୋର୍ଟ ଦେବା ପାଇଁ ନୋଟିସ୍ ପଠାଯାଇଥିବା କମିଶନ ଅଧ୍ୟକ୍ଷା କହିଛନ୍ତି ।

Minor Girl Alleged Rape Several Times By An OAS Officers Father In Law In Bhubaneswar

ଓଏଏସ୍ ଅଫିସରଙ୍କ ଶ୍ୱଶୁର ଆଦିବାସୀ ନାବାଳିକାଙ୍କକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ସେ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିବା ଭଳି ଗୁରୁତର ଅପରାଧ କରିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ନିଜେ କମିଶନ ଅଧ୍ୟକ୍ଷା ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ପୀଡ଼ିତା ନାବାଳିକାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାକୁ ଯାଜପୁର ଗସ୍ତ କରିଥିବା ଜଣାପଡିଛି । ଏନେଇ ସଂପୃକ୍ତ ଓଏଏସ୍‌ ଅଫିସରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply