ଡାକ୍ତରଖାନା ବାରଣ୍ଡାରେ ଗଲା ଶିଶୁର ଜୀବନ… ମୋଟରସାଇକେଲରେ ବୁହା ହେଲା ସାତ ବର୍ଷ ଶିଶୁର ମୃତଦେହ

1 min read

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଡାକ୍ତରଖାନା ବାରଣ୍ଡାରେ ସାତ ବର୍ଷ ଶିଶୁର ଜୀବନ ଯାଇଛି। ପରିବାର ଲୋକେ ମୋଟରସାଇକେଲରେ ଘରକୁ ମୃତଦେହ ନେଲେ । ସୂଚନାଯୋଗ୍ୟ ଯେ, ଗତକାଲି ରାଇକିଆ ବ୍ଲକ୍ ସୁଗଡ଼ବାଡ଼ି ଗାଁର ସୁନା ନାୟକଙ୍କ ୭ ବର୍ଷର ପୁଅ ବାଲୁଙ୍କେଶ୍ୱର ନାୟକର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ  । ହେଲେ ରାଇକିଆ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ କଣ୍ଟେନମେଣ୍ଟ ଜୋନରେ ଥିବାରୁ ଗାଁ ପର୍ଯ୍ୟନ୍ତ ପହଁଚି ନଥିଲା । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଦେଖିବାକୁ ମିଳିଛି ।

ପରିବାର ଲୋକେ ଏକ ଅଟୋ ସାହାଯ୍ୟରେ ପାଡାନସୁଗା ଘାଟି ପର୍ଯ୍ୟନ୍ତ ୩ କିଲୋମିଟର ଆଣିବା ପରେ ଆମ୍ବୁଲାନ୍ସରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଁଚିଥିଲେ । ପ୍ରାଥମିକ ଚିକିତ୍ସାପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ରେଫର କରାଯାଇଥିଲା । କିନ୍ତୁ ଫୁଲବାଣୀ ଯିବା ପାଇଁ ଡାକ୍ତରଖାନା ପକ୍ଷରୁ କୌଣଶି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।

https://www.facebook.com/NandighoshaTV/videos/688774648428977/

ସେପଟେ ପରିବାର ଲୋକେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ପୂର୍ବରୁ ଡାକ୍ତରଖାନା ବାରଣ୍ଡାରେ ଶିଶୁଟିର ଜୀବନ ଚାଲିଯାଇଥିଲା । ଏହାପରେ ମଧ୍ୟ ଡାକ୍ତରଖାନା ପକ୍ଷରୁ ମୃତଦେହ ନେବାପାଇଁ କୌଣଶି ବ୍ୟବସ୍ଥା କରାଯାଇନଥିଲା । ଶେଷରେ ଏକ ବାଇକ ଯୋଗେ ଶିଶୁର ମୃତଦେହକୁ ଘରକୁ ଆଣିଲେ ପରିବାର ଲୋକେ । ତେବେ ପରିବାର ଲୋକେ ଆମ୍ବୁଲାନ୍ସ ସେବା ନିଳିନଥିବା ନେଇ ଅଭିଯୋଗ କରିଛନ୍ତି ।

 

(ପ୍ରତିନିଧି- ବିପ୍ର ଚରଣ ସାହୁ)

Leave a Reply