ମୋବାଇଲ ଧରିବାକୁ ମନା କଲେ ବାପା, ଜୀବନ ହାରିଦେଲା ପୁଅ..!

Former Governor Of Manipur Nagaland Ex CBI Director Ashwani Kumar Committed Suicide

ନବରଙ୍ଗପୁର: ବର୍ତ୍ତମାନର ନୂଆ ପିଢ଼ି ଏବେ ମୋବାଇଲ କବଳରେ ଛନ୍ଦି ହୋଇ ରହିଛି । କିଏ ବିଭିନ୍ନ ଆଣ୍ଡରଏଡ୍‌ ଗେମ୍ ଖେଳି ମୋବାଇଲ୍‌ ସହ ଘନିଷ୍ଠତା ବଢ଼ାଉଛି ତ କିଏ ଇଣ୍ଟରନେଟ୍‌ ବ୍ୟବହାର କରି ନିଜ ସମୟ ବିତାଉଛି ।

ତେବେ ମୋବାଇଲ ସହ ଆଜିକାର ନୂଆ ପିଢ଼ି ଯେନତେନ ଭାବେ ଯୋଡ଼ି ହୋଇ ରହୁଥିବା ଦେଖାଯାଉଛି । ମୋ‌ବାଇଲ୍‌କୁ ଆଜିକାର କୁନି କୁନି ଛୁଆ ବି ଛାଡ଼ିବାକୁ ନାରାଜ । କୁନି ଛୁଆଙ୍କ ହାତରୁ ମୋବାଇଲ ଛଡ଼ାଇ ଆଣିଲେ ସେମାନେ ସାଧାରଣତଃ କାନ୍ଦିଥାନ୍ତି । ହେଲେ ଯେଉଁମାନେ ଟିକିଏ ବଡ଼ ହୋଇଯାଆନ୍ତି ସେମାନଙ୍କ ହାତରୁ ମୋବାଇଲ ଛଡ଼ାଇ ଆଣିଲେ ତାଙ୍କୁ ଆଘାତ ଲାଗିଥାଏ ।

Suicide

ତେବେ ଏମିତି ଜଣେ ବାପା ତାଙ୍କ ପୁଅଠାରୁ ମୋବାଇଲ ଛଡ଼ାଇ ଆଣିଥିଲେ । ଏଥିରେ ପୁଅ ରାଗିଯାଇ ଆତ୍ମହତ୍ୟା କରିଦେଇଛି । ଏଭଳି ଘଟଣା  ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତ ଜାମଧରା ଗାଁରେ । ତରୁଣ ଗଣ୍ଡ ନାମକ ନବମ ଶ୍ରେଣୀ ଛାତ୍ର ମୋବାଇଲ ପାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜରହା ଗଣ୍ଡଙ୍କ ବଡ଼ପୁଅ ତରୁଣ ରାଇଘର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀରେ ପଢୁଥିଲେ ।

ସ୍କୁଲ୍ ଛୁଟି ରହିଥିବାରୁ ସେ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥିଲେ । ବାପାଙ୍କୁ ଏକ ନୂଆ ମୋବାଇଲ ମଧ୍ୟ ମାଗିଥିଲେ । ଘଟଣା ଦିନ ସନ୍ଧ୍ୟାରେ ତରୁଣର ବାପା ତାକୁ ମୋବାଇଲ ଧରିବାକୁ ମନା କରିବା ସହ ପାଠ ପଢ଼ିବାକୁ କହିଥିଲେ । ଏଥିରେ ଅଭିମାନ କରି ଏବଂ ରାଗିଯାଇ ତରୁଣ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଘଟଣା ଘଟିବା ପରେ ଜରହା ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ରାଇଘର ଥାନାରେ ଲିଖିତ ଆକାରରେ ଏନେଇ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply