ଭଉଣୀ ମୋବାଇଲ ଦେଲାନି ବୋଲି, ଓଢ଼ଣୀରେ ଜୀବନ ହାରିଲା ଗେଲବସରିଆ ସାନ ଭାଇ

କେନ୍ଦୁଝର: ଭାଇ ଭଉଣୀ ଭିତରେ ଅନେକ ଝଗଡ଼ା ହୁଏ । କେତେବଳେ ଖାଇବାକୁ ନେଇ ତ ପୁଣି କେତେବେଳେ କୌଣସି କାରଣକୁ ନେଇ । ଏଇ ଝଗଡ଼ା ଭିତରେ ନା ରାଗ ଥାଏ ନା ରୂଷା । ଦୁନିଆର ପବିତ୍ର ବନ୍ଧନକୁ ଏହି ମିଠା ଝଗଡ଼ା ପାକଳ କରିଥାଏ । କିନ୍ତୁ ଆଜି କଳହର କରାଳ ରୂପ ଶିଡ଼ି ପକାଇଛି ଯମ ପାଖକୁ । ସମ୍ପର୍କର ଠାଣୁଆ ଡ଼ୋରକୁ ଅତି ସହଜରେ ତୁଟାଇ ଦେଇଛି ବାସ ଖାଲି କିଛି ସୟମର ଝଗଡ଼ା । ଗୋଟିଏ ମାଆ ପାଖରୁ ତାର କୂଳ ଅନ୍ଦନ ଏବଂ ଗୋଟିଏ ଭଉଣୀ ପାଖରୁ ତା ସୁନା ଭାଇକୁ ଛଡ଼େଇ ନେଇଛି ମୋବାଇଲ କଳି । ପୁଅ ଏବଂ ଭାଇର କର୍ତ୍ତବ୍ୟ କଣ ବୁଝିବା ଆଗରୁ ଆର ପାରିକୁ ଜିବାର କର୍ତ୍ତବ୍ୟ ଠିକ୍‌ ଠିକ୍‌ ପାଳନ କରିଦେଇଛି ସାନ ।

ମୋତେ ଫୋନ ଦେ… ନାଇଁ ମୁଁ ଦେବିନି । ମୋର ଫୋନ ଦରକାର ଅଛି ତୁ ଦେ… ମୋର ବି ଦରକାର ଅଛି ଫୋନ ମୁଁ ଦେବିନି । ତୁ ଯା ଫାଠ ପଢ଼ିବୁ ମୋବାଇଲରେ ତୋର କଣ କାମ । ବାପା ବୋଉ ଆସନ୍ତୁ ତୋ କଥା କହୁଛି । ଏହି ଭଳି ବୋଧେ କିଛି କଥା କଟା କଟି ହୋଇଥିବ ଦୁଇ ଭାଇ ଭଉଣୀଙ୍କ ଭିତରେ । ଗୋଟିଏ ଫୋନ ହୋଥିବାରୁ ବୋଧ ହୁଏ ବଡ଼ ଭଉଣୀ ସାନ ଭାଇକୁ ଫୋନ ଦେଇନଥିବ । ଯାହାପରେ ସାନ ଭାଇ ନିଜ ଜୀବନକୁ ହାରି ଦେଇଛି । ରାଗରେ ମୋବାଇ ନଦେବାରୁ କଣ ସତରେ ଏମିତି କିଏ କରିପାରେ । ଏଭଳି ଏକ ହ୍ରୁଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣିଘାଟି ଗାଁରେ। ଭଉଣୀ ମୋବାଇଲ ଦେଲାନି ବୋଲି ଅଷ୍ଟମ ଶ୍ରଣିର ଛାତ୍ର ଭଡ଼ା ଘରେ ଦଉଡ଼ି ଦେଇ ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ୧୪ ବର୍ଷ ନାବାଳକ ମୋହିତ ମହାନ୍ତ ।

ସୂଚନା ଅନୁଯାୟୀ, ମୃତ ନାବାଳକଙ୍କର ବାପା ମାଆ କୌଣସି କାରଣରୁ ଗାଁ କୁଯାଇଥିଲେ । ଭଡ଼ା ଘରେ କେବଳ ବଡ଼ ଭଉଣୀ ଏବଂ ସାନ ଭାଇ ରହିଥିଲେ । ବୁଧବାର ରାତିରେ ବଡ଼ଭଉଣୀଙ୍କୁ ମୋବାଇଲ ମାଗିଥିଲା ଭାଇ । ଭଉଣୀ ମୋବାଇଲ ନଦେବାରୁ ଭାଈ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ଗୁରୁବାର ସକାଳୁ ଶୋଇବା ଘର କବାଟ ନଖୋଲିବାରୁ ଭଉଣୀ ଗ୍ରାମବାସୀଙ୍କୁ ଡକାଇ କବାଟ ଭାଙ୍ଗିଥିଲେ । ସେତେବେଳକୁ ବହୁତ ଡେରି ହୋଇସାରିଥିଲା । ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିସାରିଥିଲା ଭାଇ । ଖବର ପାଇ ଘଟଣା ସ୍ଥଳରେ ଘଟଗାଁ ପୋଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply