ମହିଳା ଅପହରଣକାରୀ ଗିରଫ: ଅପହରଣ କରି ଦାବି କରିଥିଲେ ୪କୋଟି ଟଙ୍କା

ଗୋଣ୍ଡା: ୟୁପିର ଗୋଣ୍ଡାରୁ ଅପହରଣ ହୋଇଥିବା ଜଣେ ବ୍ୟବସାୟୀଙ୍କ ନାତିକୁ ପୋଲିସ ସଫଳତାର ସହ ଉଦ୍ଧାର କରିଛି। ଏହାସହ ଅପହରଣ କରି ୪ କୋଟି ଟଙ୍କା ମାଗିଥିବା ଝିଅଟିକୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରାଯାଇଛି। ଅପହରଣ ଘଟଣା ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ୟୁପି ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା । ଗିରଫ ପୂର୍ବରୁ ପୋଲିସ ସହ ଏହି ଅଭିଯୁକ୍ତମାନ ହାତିହାତି ହେବାର ଖବର ମଧ୍ୟ ଆସିଛି ।

ଗିରଫ ହୋଇଥିବା ଚାରିଜଣ ଅପରାଧୀଙ୍କ ମାନେ ହେଲେ  ସୁରଜ ପାଣ୍ଡେ, ଛବି ପାଣ୍ଡେ, ଉମେଶ ଯାଦବ,ଦୀପୁ କଶ୍ୟପ । ତେବେ ଏହି ସଫଳତା ପରେସରକାର ଏସଟିଏଫ ଦଳକୁ ଦୁଇ ଲକ୍ଷ ପୁରସ୍କାର ପ୍ରଦାନ କରିଛନ୍ତି । ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଥିବା ମଧ୍ୟ ଜଣାପଡ଼ିଛି ।

ୟୁପି ଏଡିଜି ପ୍ରଶାନ୍ତ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପୋଲିସର କାର୍ଯ୍ୟରେ ଦୁଇ ଅଭିଯୁକ୍ତ ଉମେଶ ଯାଦବ ଏବଂ ଦୀପୁ କାଶ୍ୟପ ଆହତ ହୋଇଛନ୍ତି । ସୁରଜ ପାଣ୍ଡେ, ଛବି ପାଣ୍ଡେ ଏବଂ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଏକ ଅଲ୍ଟୋ ଗାଡି ଜବତ କରାଯାଇଛି। ଅପରାଧୀଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଆହତ ଅଭିଯୁକ୍ତଙ୍କୁ ଚିକିତ୍ସିତ ପାଇଁ ପଠାଇଦିଆଯାଇଛି । ପୋଲିସ ଅଭିଯୁକ୍ତମାନଙ୍କ ଚିକିତ୍ସା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛି । ପୋଲିସ ସମଗ୍ର ଅଞ୍ଚଳରେ କମ୍ବିଂ ଅପରେସନ୍ ଚଲାଇଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରାଯାଇଛି, ଏଥିରେ ଜଣେ ମହିଳା ମଧ୍ୟ ଅଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଗତ ଦିନ ଗୋଣ୍ଡାରେ ଜଣେ ବ୍ୟବସାୟୀଙ୍କ ନାତିକୁ ଅପହରଣ ହୋଇଥିଲା। ଅପହରଣକାରୀମାନେ ମାସ୍କ ବଣ୍ଟନ କରିବାର ବାହାନା କରି ବ୍ୟବସାୟୀଙ୍କ ନାତିକୁ ଅପହରଣ କରି ୪କୋଟି ଟଙ୍କା ଦାବି କରିଥିଲେ ଅପହରଣକାରୀ । ଏହି ଘଟଣା ପରେ ପୋଲିସ ପ୍ରଶାସନ ଏବଂ ଏସଟିଏଫ ଖୋଜାଖୋଜି କରିଥିଲେ ।

Leave a Reply