କଂଗ୍ରେସ ସରକାର ଭାଙ୍ଗି ଆପଣଙ୍କୁ କେମିତି ଲାଗିଲା ? ମନ୍ତ୍ରୀଙ୍କୁ ଝିଅର ପ୍ରଶ୍ନ, ତା’ପରେ କ’ଣ ହେଲା ?

minister tulsi silawat became uncomfortable after hearing the girls question on jyotiraditya scindia

ଇନ୍ଦୋର: ଚୌକି ପାଇଁ ସବୁକିଛି କରାଯାଇପାରେ । ଗୋଟିଏ ଦଳରୁ ଜିତି ଆଉ ଗୋଟିଏ ଦଳକୁ ମାଙ୍କଡ଼ ଡିଆଁ ମଧ୍ୟ ମାରିବାକୁ ପଛାନ୍ତି ନାହିଁ ନେତା । ମନ୍ତ୍ରୀପଦ ନିଶା ସେମିତି । କିନ୍ତୁ ଆମ୍‌ ଆଦ୍‌ମୀ ବେଳେବେଳେ ମନ୍ତ୍ରୀଙ୍କ ପଦ ନିଶାକୁ ପବ୍ଲିକ୍‌ରେ ନିଲାମ କରିଦିଏ । ସେହିଭଳି ଗୋଟିଏ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇନ୍ଦୋରର ଏହି ଘଟଣାରେ ଅପଦସ୍ତ ହୋଇଥିବା ମନ୍ତ୍ରୀ କଂଗ୍ରେସରୁ ଆସି ବିଜେପିରେ ମିଶିଥିଲେ । ଯାହା ତାଙ୍କ ଭୋଟରଙ୍କୁ ପସନ୍ଦ ଆସିନଥିଲା । ଆଉ ଭୋଟର ପବ୍ଲିକରେ ମନ୍ତ୍ରୀଙ୍କ ପାଟି ଅଠାଅଠା କରିଦେଇଥିଲେ ।

BJP Neta

ଇନ୍ଦୋରର ୱାର୍ଡ ନମ୍ବର ୩୬ ସ୍ଥିତ ସ୍ପେସ ପାର୍କର ଏକ ସୋସାଇଟିରେ ମନ୍ତ୍ରୀ ତୁଲସି ସିଲାବଟ ସେଠାକାର ବାସିନ୍ଦାଙ୍କ ସହ ଜନସମ୍ବାଦରେ ଭାଗ ନେଇଥିଲେ । ସେହି ସଭାରେ ଜଣେ ଝିଅ ମଧ୍ୟ ସାମିଲ ଥିଲେ । ଝିଅର ନାମ ହେଉଛି ଉପାସନା ଶର୍ମା । ଉପାସନା ମନ୍ତ୍ରୀଙ୍କୁ ପଚାରିଥିଲେ ଯେ, କଂଗ୍ରେସ ସରକାର ଭାଙ୍ଗି କେମିତି ଲାଗୁଛି ? ମନ୍ତ୍ରୀଙ୍କୁ ପ୍ରଥମେ ଉତ୍ତର ଦେବାକୁ କିଛି ସମୟ ଲାଗିଥିଲା । କିନ୍ତୁ ପରେ କହିଲେ ଭଲ ଲାଗୁଛି ।

ଏହା ସହ ଉପାସନା ପଚାରିଥିଲେ ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ଥିବା ବେଳେ କହୁଥିଲେ ଚାଷୀଙ୍କ କରଜ ମାଫ୍ ହୋଇଛି । କିନ୍ତୁ ଏବେ କହୁଛନ୍ତି କରଜ ମାଫ ହୋଇନି । ଯୁବତୀଙ୍କ ଏହି ପ୍ରଶ୍ନ ଶୁଣି ମନ୍ତ୍ରୀ କ’ଣ ଉତ୍ତର ଦେବେ କିଛି ଚିନ୍ତା କରିପାରିନଥିଲେ । ଏହାପରେ ଆୟୋଜକ ତାଙ୍କୁ ପ୍ରଶ୍ନ ପଚାରିବାରୁ ରୋକିଥିଲେ । ତେବେ ଯୁବତୀ ଜଣକ ପ୍ରଶ୍ନ ପଚାରିବା ଭିତରେ ଭିଡିଓ ମଧ୍ୟ ସୁଟ୍ କରୁଥିଲେ । ଯାହାକୁ ସେ ପରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

Leave a Reply