ଖଣି ମାଫିଆଙ୍କ ଭୂସ୍ୱର୍ଗ, ବନ ବିଭାଗକୁ ନାଲି ଆଖି ଦେଖାଇ କରୁଛନ୍ତି ଲୁଟ୍‌…

1 min read
Dhenkanal Mines

ଢ଼େଙ୍କାନାଳ: ଖଣି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ଢେଙ୍କାନାଳ । ଦିନ ଦ୍ୱିପ୍ରହରେ ମାଫିଆ ଲୁଟୁଛନ୍ତି ମାଙ୍କଡ଼ା ପଥର । ପୋଲିସ, ପ୍ରଶାସନ ଓ ବନ ବିଭାଗକୁ ଚକ୍‌ମା ଦେଇ କରୁଛନ୍ତି ଲୁଟ୍‌ । ଅସହାୟ ପ୍ରଶାସନ, ନିଃସହାୟ ବନ ବିଭାଗ । ବେପରୁଆ ପୋଲିସ ଆଉ ବେଫିକର ଖଣି ମାଫିଆ । ବେଆଇନ ଖଣିରେ ପଥର କାଟି ମାଫିଆ କରୁଛନ୍ତି ପକେଟ୍ ଗରମ । କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ରାଜ୍ୟ ।

ଦେବୋତ୍ତର ଜାଗା ହେଉ କି ଜଙ୍ଗଲ ଜମି କିମ୍ବା ଗୋଚର ଭୂମି । ସବୁଠି ରାଜ୍ ଚଳାଇଛନ୍ତି ଖଣି ମାଫିଆ । ବିଶେଷ କରି ଗଦିଆଁ, କାମାକ୍ଷାନଗର ଓ ନିହଲପ୍ରସାଦ ଅଞ୍ଚଳରେ ପଥର ମାଫିଆଙ୍କ ଉପଦ୍ରବ ଅଧିକ ବଢିଛି । ୨୦୦ ଏକର ଦେବୋତ୍ତର ଜମିରେ ବେଆଇନ ଖନନ କରି ପ୍ରତ୍ୟେକ ଦିନ ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଟ୍ରିପ୍ ମାଙ୍କଡା ପଥର ହରିଲୁଟ୍‌ କରୁଛନ୍ତି । ଏନେଇ ଢେଙ୍କାନାଳ ଉପଜିଲ୍ଲାପଳଙ୍କୁ ପଚାରିବାରୁ, ଦେବୋତ୍ତର ବିଭାଗକୁ ଅବଗତ କରାଯାଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଅନ୍ୟପଟେ ଜଙ୍ଗଲ ଜିମିରେ ବେଆଇନ ଖଣି ଖନନକୁ ନେଇ ମୁହଁ ଖୋଲିଛନ୍ତି ଢେଙ୍କାନାଳ ଡିଏଫଓ । ଆଉ ପଥର ମାଫିଆଙ୍କୁ ସାବାଡ କରିବା ପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ।

Leave a Reply