ଭାରତରେ ୫୯ ଚାଇନିଜ୍‌ ଆପ୍‌ ବ୍ୟାନ୍‌, ଆମେରିକା କହିଲା ସଠିକ୍‌ ନିଷ୍ପତ୍ତି

1 min read
India's clean app approach will boost India's sovereignty and boost integrity and national security: US Secretary of State Mike Pompeo on India's decision to ban 59 Chinese apps

ନୂଆଦିଲ୍ଲୀଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ୫୯ଟି ଚାଇନିଜ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାକୁ ସାରା ଦେଶବାସୀ ସ୍ୱାଗତ କରିଛନ୍ତି । ତେବେ କେବଳ ଭାରତବାସୀ ନୁହନ୍ତି ବରଂ ଆମେରିକା ଭଳି ଦେଶ ମଧ୍ୟ ଭାରତର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ ଏହି ନିଷ୍ପତ୍ତିକୁ ପ୍ରଶଂସା କରିବା ସହ କହିଛନ୍ତି ଏହା ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା ଓ ରାଷ୍ଟ୍ରୀୟ ସୁରକ୍ଷାକୁ ବଜାୟ ରଖିବା ପାଇଁ ଆବଶ୍ୟକ ଥିଲା । ସେ ଆହୁରି କହିଛନ୍ତି ଭାରତ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ । ଏହା ଦ୍ୱାରା ଦେଶ ନିଜର ସୁରକ୍ଷାକୁ ଆହୁରି ସୁଦୃଢ଼ କରିପାରିବ ।

ଗଲବାନ ଘାଟିରେ ଭାରତ ଓ ଚୀନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେଇଛି । ସେଠାରେ ଉଭୟ ଦେଶ ନିଜ ନିଜର ସେନା ବାହିନୀକୁ ମୁତୟନ କରିଛି । ଚୀନ୍‌ ପକ୍ଷରୁ ଅଧିକରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ଭାରତ ମଧ୍ୟ ସମାନ ପନ୍ଥା ଆପଣାଇଛି । ଚୀନ୍‌ର ପ୍ରତିଟି ପଦକ୍ଷେପକୁ କଡ଼ା ଯବାବ ଦେବା ପାଇଁ ଭାରତୀ ସେନା ପ୍ରସ୍ତୁତ ରହିଛି । ସୀମାରେ ସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଦେଶ ଭିତରେ ଚୀନ୍‌କୁ ଶକ୍ତ ଝଟ୍‌କା ଦେଇଛନ୍ତି କେନ୍ଦ୍ର ସରକାର ।

ସେପଟେ ଭାରତୀୟ ରେଲୱେ, ଚାଇନିଜ୍‌ କମ୍ପାନୀ ସହ କଣ୍ଟ୍ରାକ୍ଟ ରଦ୍ଦ କରିଥିବା ନେଇ ସୂଚନା ମିଳିଛି । ଖାଲି ସେତିକି ନୁହେଁ  ଏବେ ହାଇୱେ ପ୍ରୋଜେକ୍ଟସ୍‌ରୁ ମଧ୍ୟ ଚୀନ୍‌ କମ୍ପାନୀକୁ ବାଦ ଦେବାକୁ ଯୋଜନା କରୁଛନ୍ତି ଭାରତ ସରକାର ।

Leave a Reply