ସଂଘରୋଧ କେନ୍ଦ୍ରରେ ପ୍ରବାସୀ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଭଦ୍ରକ: ରାନ୍ଦିଆ ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ପ୍ରବାସୀ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପ୍ରବାସୀ ଶ୍ରମିକ ଜଣଙ୍କ ଝାଡ଼ଖଣ୍ଡର ଜ୍ଞାନରଞ୍ଜନ ନାୟକ । ତାଙ୍କ ବୟସ ୪୦ ବର୍ଷ । ତେବେ, ତାଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । କ୍ୱାରେଣ୍ଟାଇନ କେନ୍ଦ୍ରରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଗତ ଏପ୍ରିଲ୍ ୨୫ ତାରିଖରେ ଜ୍ଞାନ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ଲୋକେ ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖି ପରିବାର ସହ ଫୋନ୍ ଯୋଗେ ଯୋଗାଯୋଗ କରିଥିଲା । ଗତରାତିରେ ସେ ଖାଇପିଇ ଶୋଇଥିଲେ । ତେବେ, ସକାଳୁ ତାଙ୍କୁ ମୃତଦେହ ଦେଖିବାକୁ ମିଳିଥିଲା ।

ତେବେ, ତାଙ୍କ ମୃତ୍ୟୁ କେମିତି ହେଲା ତାହା ଜଣାପଡ଼ିନାହିଁ । ଅସୁସ୍ଥତା କାରଣରୁ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ସେ ଅସୁସ୍ଥ ଥିବା ନେଇ ପଞ୍ଚାୟତ ପକ୍ଷରୁ କୌଣସି ତଥ୍ୟ ମିଳିନାହିଁ ।

Leave a Reply