୫ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି ୧୩ ଜଣ ଶ୍ରମିକ

କଳାହାଣ୍ଡି: କଳାହାଣ୍ଡିରେ ପୁଣି ଦାଦନ ଦୁଃଖ  । ସରୁନି ଦାଦନ ଦୁଃଖ । ଆନ୍ଧ୍ରରେ ୫ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି ୧୩ ଜଣ ଶ୍ରମିକ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ମୁଖୀଗୁଡ଼ା ଗାଁର ୧୩ ଜଣ ଶ୍ରମିକ ଆନ୍ଧ୍ରରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି  । କାମ କରିବାକୁ ନେଇ ଶ୍ରମିକଙ୍କୁ ୫ ଲକ୍ଷ ଟଙ୍କାରେ ସେହି ଗାଁର ଦଲାଲ୍ ବିଷ୍ଣୁ ପ୍ରସାଦ ମାଝୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି  ।

ଶ୍ରମିକମାନେ ଏବେ ଆନ୍ଧ୍ରପ୍ରଦେଶର ଚିନ୍ତାମୋନୋପାଲି ଜିଲ୍ଲା ଦୋମୋକୋଣ୍ଡାରେ ଅଛନ୍ତି । ସେମାନଙ୍କୁ ମାଲିକ ନିର୍ଯାତନା ଦେବା ସହିତ ରାତିରେ ତାଲା ପକାଇ ରଖୁଥିବା ଅଭିଯୋଗ ହୋଇଛି  । ଏନେଇ ଶ୍ରମିକମାନେ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି  । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଶ୍ରମିକ  । ଏହା ସହିତ ଦଲାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି  ।

Leave a Reply