ଚୀନର ଅନଲାଇନ ରିପୋର୍ଟକୁ ଭାରତର ଖଣ୍ଡନ… ପୂର୍ବ ଲଦାଖରେ ପିଏଲଏର ମାଇକ୍ରୋ ୱେଭ ଅସ୍ତ୍ର ବ୍ୟବହାର କରୁଥିବା ଦାବି

ନୂଆଦିଲ୍ଲୀ: ଚୀନର ଅନଲାଇନ ମିଡିଆର ରିପୋର୍ଟକୁ ଖଣ୍ଡନ କଲା ଭାରତୀୟ ସେନା । ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ହେଉଥିବା ସଂଘର୍ଷରେ ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ର ବ୍ୟବହାର କରୁଥିବା କିଛି ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଭାରତୀୟ ସେନା ଖଣ୍ଡନ କରିଛି । ଚୀନର ପିପୁଲ୍ସ ଲିବରେସନ ଆର୍ମି ଭାରତୀୟ ଜବାନଙ୍କୁ ଟାର୍ଗେଟ କରିବା ପାଇଁ ମାଇକ୍ରୋ ୱେଭ ଅସ୍ତ୍ର ବା ଲେଜର ଗନ୍ ବ୍ୟବହାର କରୁନାହିଁ ବୋଲି ଜଣାପଡିଛି ।

ଚୀନ ପକ୍ଷରୁ ଏହି ଫେକ ନ୍ୟୁଜକୁ ପ୍ରସାରଣ କରାଯାଉଥିଲା । ବେଜିଂର ଜଣେ ପ୍ରଫେସର ଏନେଇ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ । ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ରରେ ଆକ୍ରମଣ କରିବା ପରେ ଭାରତୀୟ ସେନା ପଛଘୁଂଚା ଦେଇଛନ୍ତି ବୋଲି ଖବର ପ୍ରସାରଣ କରାଯାଇଥିଲା । ସେପଟେ ଏବେ ବି ଉଭୟ ସେନା ପକ୍ଷରୁ ୫୦ ହଜାର ଲେଖାଏଁ ସେନା ସୀମାରେ ମୁତୟନ ଅଛନ୍ତି ।

ବାରମ୍ବାର ଆଲୋଚନା ପରେ ମଧ୍ୟ ସୀମାରୁ ହଟିବା ନେଇ କୌଣସି ପର୍ଯ୍ୟାୟ ଆରମ୍ଭ ହୋଇନାହିଁ । ଚୀନ ସେନା ପକ୍ଷରୁ ବାରମ୍ବାର ଫେକ ନ୍ୟୁଜ ପ୍ରସାରଣ କରାଯାଇ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଜଣାପଡିଛି ।

Leave a Reply