ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ନିର୍ଧୁମ ମାଡ଼ ମାରିଲେ ଯୁବକ

ଢ଼େଙ୍କାନାଳ: ମରିଗଲା ମାନବିକତା । ଢେ଼ଙ୍କାନାଳରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ ଗାଁ ଦାଣ୍ଡରେ ଉଲଗ୍ନ କରି ନିର୍ଧୁମ ଛେଚିଲେ ଯୁବକ । ଢେଙ୍କାନାଳ ଇନ୍ଦୁପୁର ଗାଁ ତଳ ନୂଆସାହିର ଘଟଣା । ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହେଉଛନ୍ତି ଅର୍ଜୁନ ସାହୁ । ମାଡ଼ ମାରିଥିବା ଯୁବକ ରଜତ କୁମାର ନାଥଙ୍କ ଏପରି କାମକୁ ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକ । ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ନିର୍ଧୁମ ମାଡ଼ ମାରୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ  ଯୁବକ ଜଣକ ଗାଁ ଦାଣ୍ଡରେ ଲୋକଙ୍କ ଆଗରେ ଉଲଗ୍ନ କରି ମାଡ଼ କାରିଚାଲିଥିବା ଦେଖିବାକୁ ମିଳିଛି । ଆଉ ସମସ୍ତେ ଯେପରି ନିଦା ବିଷ୍ଣୁ ସାଜିଛନ୍ତି । ଏପରିକି ମାଡ଼ରୁ ରକ୍ଷା ପାଇବା ପାଇଁ ପୋଲିସ ପୋଲିସ ଡାକୁଛି ବ୍ୟକ୍ତି ଜଣଙ୍କ । ଭାବୁଛି ପୋଲିସ ନା ଶୁଣିଲେ ମାରୁଥିବା ବ୍ୟକ୍ତି ଡରିଯିବ ଆଉ ତାକୁ ଛାଡି ଦେବ । ହେଲେ ନିଷ୍ଠୁର ବ୍ୟକ୍ତିଙ୍କ  ମନରେ ଟିକେ ହେଲେ ଦୟା ମାୟା ନାହିଁ । ଆଖିବୁଜା ପିଟି ଚାଲିଛି ନିରୀହ ଲୋକଟିକୁ ।

ଏଥିସହିତ ପଢ଼ନ୍ତୁ: ସରକାରୀ ଅଫିସରେ ନୂଆବର୍ଷ କଟକଣା

Leave a Reply