ଆରମ୍ଭ ହୋଇଯାଇଛି ମେଗା ସାଇକ୍ଲୋଥନ ଇଭେଣ୍ଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ମେଗା ସାଇକ୍ଲୋଥନ ଇଭେଣ୍ଟ । ଏହାର ଟାଇଟଲ୍ ରହିଛି ‘ଟୁର ଡେ ଏକାମ୍ର’ । ଏହି ମେଗା ଇଭେଣ୍ଟ ଦୁଇଟି ବର୍ଗରେ ଆୟୋଜିତ ହେଉଛି । ଗୋଟିଏ ବର୍ଗରେ ୫୦ କିମିର ଦୂରତା ଓ ଅନ୍ୟଟିରେ ୨୬ କିମିର ଦୂରତା ବିଶିଷ୍ଟ ଅଞ୍ଚଳ ଯାତ୍ରା କରିବେ ଅଂଶଗ୍ରହଣକାରୀ ।

ପ୍ରଥମେ ଗୋଟିଏ ମାରଥନ କଳିଙ୍ଗ ଷ୍ଟାଡିୟମରୁ ବାହାରି ଧଉଳିରେ ପହଞ୍ଚି ପୁଣି ସେଠାରୁ କଳିଙ୍ଗ ଷ୍ଟାଡିୟମକୁ ଫେରିବ  ।  ଅନ୍ୟଟି କଳିଙ୍ଗ ଷ୍ଟାଡିୟମରୁ ରବି ଟକିଜ ଓ ମୁକ୍ତେଶ୍ଵର ମନ୍ଦିର ଦେଇ କଳିଙ୍ଗ ଷ୍ଟାଡିୟମ ଫେରିବାର କାର୍ଯ୍ୟକ୍ରମ ରହିଛି । ଇଭେଣ୍ଟରେ ପାଖାପାଖି ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଛନ୍ତି ।

ତେବେ ଏହି ମେଗା ଇଭେଣ୍ଟରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଓ କ୍ରୀଡା ବିଭାଗର ପ୍ରମୁଖ ସଚିବ ସାମିଲ୍ ହୋଇଛନ୍ତି । ଏହାସହ ଓଲିଉଡ଼ ଜଗତର ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ ଇଭେଣ୍ଟରେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍ତି ।

Leave a Reply