ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ଲୁ ପ୍ରିଣ୍ଟ, ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ନେଇ ଆଜି ହେବ ଆଲୋଚନା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ନିଯୋଗ ପ୍ରତିନିଧି ଓ  ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେସିଂ ଜରିଆରେ ସକାଳ ୧୧ଟାରେ  ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି  । ଆଜି ପରିବର୍ତ୍ତେ ଆସନ୍ତା ୧୨ରୁ ୧୬ ତାରିଖ ମଧ୍ୟରେ ଏହି ପ୍ରସଙ୍ଗରେ ନିୟମିତ ଭାବେ ଆଲୋଚନା କରାଯିବ । ୧୨, ୧୩ ଓ ୧୪ ତାରିଖରେ ବିଭିନ୍ନ ନିଯୋଗ ସହ ଆଲୋଚନା  ହେବାକୁ ଥିବାବେଳେ ୧୫ ଓ ୧୬ ତାରିଖରେ ମନ୍ଦିର ପ୍ରଶାସନିକ ସ୍ତରରେ ଆଲୋଚନା ହୋଇ ଜିଲ୍ଲାପାଳଙ୍କୁ ଅବଗତ କରାଯିବ । ମୁଖ୍ୟ ଶାସନ ସଚିବ ମନ୍ଦିର ଖୋଲିବା ନେଇ ବିଭିନ୍ନ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ଚତୁର୍ପାଶ୍ୱ ଉର୍ନତି କରଣ ଓ ସୌନ୍ଦର୍ଯ୍ୟକରଣକୁ ନେଇ ଆଜି ହେବ ଜନଶୁଣାଣୀ । ନୀଳାଦ୍ରି ଭକ୍ତ ନିବାସ ରେ ସକାଳ ସାଢେ ୯ଟାରେ ଜନଶୁଣାଣୀ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟାଜିତ ହେବ ଜନଶୁଣାଣୀ । ଦିନ ତମାମ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ବାସେଳୀ ସାହି ୱାର୍ଡ ନମ୍ବର ୨ ଓ ୩, ମଣିକର୍ଣ୍ଣିକା ସାହି ୱାର୍ଡ ନମ୍ବର ୪ ଓ ୯, କାଳିକାଦେବୀ ସାହି ୱାର୍ଡ ନମ୍ବର ୧୨, ଦୋଳମଣ୍ଡପ ସାହି ୱାର୍ଡ ନମ୍ବର ୧୫ ଓ ଚୁଡ଼ଙ୍ଗ ସାହି ୱାର୍ଡ ନମ୍ବର ୧୭ରେ ପ୍ରଭାବିତ ହୋଇଥିବା ଲୋକନମାନଙ୍କୁ ନେଇ ଜନଶୁଣାଣୀ କାର୍ଯ୍ୟକ୍ରମ କରାଯିବ ।

ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଓଡିଶା ସାମାଜିକ ପ୍ରଭାବ ଆକଳନ ଆଇନ ଏକ ଚିଠା ପ୍ରସ୍ତୁତ କରିବ । ଯାହାକି ସାମାଜିକ ପ୍ରଭାବ କିଭଳି ରହିଛି ସେଥିରେ ଦର୍ଶାଯିବ । ଜମି ଅଧିଗ୍ରହଣ ସମ୍ପର୍କରେ ପ୍ରକଳ୍ପ ରେ ପ୍ରଭାବିତ ୱାର୍ଡ ବାସୀ ମାନେ ସେମାନଙ୍କ ମତାମତ ଦେବାପାଇଁ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ କରାଯାଉଛି । ଜମି ଅଧିଗ୍ରହଣ ଉପରେ ପ୍ରଭାବ ଓ ତତ ଜନିତ ପ୍ରଭାବ ଉପରେ ନିଜ ମତ ଦେଇ ପାରିବେ ୱାର୍ଡ ବାସିନ୍ଦା ।

Leave a Reply