ବାବୁଙ୍କ ଅବହେଳା ଶିଶୁଙ୍କ ପାଇଁ କାଳ: ଏକ୍ସପାଏରୀ ଡେଟ୍ ପଳାଇଲା କିନ୍ତୁ ବଣ୍ଟା ହୋଇ ପାରିଲାନି ଆଇରନ ଆଉ ଫଲିକ୍ ଏସିଡ୍ ସିରପ୍‌

ବାସୁଦେବପୁର:  ଶିଶୁମାନେ ହେଉଛନ୍ତି ଆଗାମି ଦିନର ଭବିଷ୍ୟତ । ସେଥିପାଇଁ ଶିଶୁଙ୍କ ସୁରକ୍ଷା ଲାଗି ସରକାର ଯୋଜନା ପରେ ଯୋଜନା କରିଛନ୍ତି । ଶିଶୁଙ୍କ ମୃତ୍ୟୁ ହାରକୁ ରୋକିବା ହେତୁ ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି । ଯୋଗାଇ ଦିଆଯାଉଛି ପୁଷ୍ଟିକର ଖାଦ୍ୟ ସହ  ଓ ଔଷଧ । ହେଲେ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବଳି ପଡୁଛନ୍ତି  ଶିଶୁ । ବଦନାମ ହେଉଛନ୍ତି ସରକାର । ଶିଶୁମାନଙ୍କୁ ରକ୍ତହୀନତା ରୋଗରୁ ରକ୍ଷା କରିବା ପାଇଁ ଔଷଧ ଆସିଥିଲା । କିନ୍ତୁ ବଣ୍ଟା ନ ହୋଇ ଏବେ ଖତ ଖାଉଛି ମେଡିସିନ୍ । ପେଟି ପେଟି ଔଷଧରେ ପାଣି ପଶି ନଷ୍ଟ ହେଉଛି । ବଣ୍ଟା ହେବା ତ ଦୂରର କଥା ଏପର୍ଯ୍ୟନ୍ତ ପେଟିକୁ ଖୋଲା ହୋଇନାହିଁ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଆଇସିଡିଏସ କାର୍ଯ୍ୟାଳୟରେ ।

କୁନି କୁନି ଶିଶୁମାନଙ୍କ ପାଇଁ ଆସିଥିବା ଆଇରନ ଆଉ ଫଲିକ୍ ଏସିଡ୍ ସିରପ୍ ପଡିରହିଛି ଅସ୍ୱାସ୍ଥ୍ୟକର ପରିବେଶରେ । ବାଣ୍ଟିବା ପାଇଁ କାଳେ କାମ ଅଧିକ ପଡ଼ିଯିବ । କିଏବା ଏତେ କାମ କରିବ । କରୋନା ସମୟରେ ଅଫିସରେ ବସି ଆରାମ କରିବା ଭଲ । ବାବୁମାନଙ୍କ  ଏଭଳି କିଛି ଭାବନାର ଶୀକାର ହୋଇଛନ୍ତି ଶିଶୁମାନେ । ଯାହାଫଳରେ ଔଷଧ ଏପର୍ଯ୍ୟନ୍ତ ବଣ୍ଟାହୋଇପାରିନି । ପାଣି ପଶି ଭିଜିଗଲାଣି ପେଟି ପେଟି  ମେଡିସିନ୍ । ଦେଖନ୍ତୁ  କେମିତି ଅବସ୍ଥାରେ ପଡି ରହିଛି ଔଷଧ ।

୨୦୨୦ ମସିହା  ମେ ମାସ ହୋଇଛି  ଡେଟ ଅଫ ଏକ୍ସପାରୀ । ହେଲେ ବାଣ୍ଟିବା ପରିବର୍ତ୍ତେ ପକାଇ ରଖି ନଷ୍ଟ କରି ଦେଇଛନ୍ତି ଅଧିକାରୀମାନେ । ଦାୟିତ୍ୱହୀନତା ପାଇଁ  ନଷ୍ଟ ହୋଇଛି  ଲକ୍ଷ ଲକ୍ଷ ଟଙ୍କାର  ଔଷଧ । ଶିଶୁ ମାନଙ୍କ ପାଇଁ ଆସିଥିବା ଔଷଧ  କାହିଁକି ବଣ୍ଟନ  କରାଗଲା ନାହିଁ  ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ଦାବୀ  ହେଉଛି ।  ଦାୟିତ୍ୱରେ ଥିବା ସୁପରଭାଇଜର ନିଜ ଉପରୁ  ଦୋଷ ଏଡ଼ାଇ ଦେଇଛନ୍ତି ।

ବାସୁଦେବପୁର ବ୍ଲକର ରହିଛି  ୪୨୨ ଅଙ୍ଗନଆଡିକେନ୍ଦ୍ର  । ଏହାକୁ  ୧୮ ଗୋଟିଏ  ସେକ୍ଟରରେ ବିଭକ୍ତ କରାଯାଇଛି । ଏହି କେନ୍ଦ୍ରକୁ ୧୧ ହଜାର  ୮୬୦  ଜଣ ଶିଶୁ ଆସୁଛନ୍ତି । ରକ୍ତହୀନତା ପାଇଁ ଆଇରନ୍ ସିରପ୍ ଯୋଗଇ ଦିଆଯାଉଛି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୨୦୧୯ ମସିହା  ନଭେମ୍ବର  ୧୧ ତାରିଖରେ ୧୧ ହଜାର ୯୪୨ ବୋତଲ ଆଇରନ ଏଣ୍ଡ ଫଲିକ୍ ଏସିଡ୍ ସିରପ୍ ଯୋଗାଇ ଦେଇଛନ୍ତି । ଯାହାର ଡେଟ୍ ଅଫ ଏକ୍ସପାରୀ  ମଇ ୨୦୨୦ ମସିହା  ରହିଛି । ହେଲେ ପର୍ଯ୍ୟାପ୍ତ ସମୟ ଥିଲେ ସୁଧା ବଣ୍ଟା ନ ହୋଇ ପେଟି ପେଟି ଔଷଧ ଏକ୍ସପାରୀ ହୋଇ ଫୋପଡା  ହେବ  । ସିଡିପିଓ  ଦାୟିତ୍ୱରେ ଥିବା ବିଡିଓ କହିଛନ୍ତି  ସଟ୍ ପିରିୟଡ ଥିବାରୁ ବଣ୍ଟନ  ହୋଇ  ପାରି ନାହିଁ ।

Leave a Reply