ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ

1 min read
BSE Extends Form Filling Date Of Annual HSC Examination

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ୨୧ ହଜାର ୪୮୭ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୫ ହଜାର ୨୪୪ ଜଣ ପାସ କରିଛନ୍ତି । ଏ-୧ ଗ୍ରେଡରେ କେହି ପାସ କରି ନ ଥିବା ବେଳେ ଏ-୨-ଗ୍ରେଡରେ ୧୦ ଜଣ ପାସ କରିଛନ୍ତି । ସେହିପରି ବି-୧-ଗ୍ରେଡରେ ୧୯୫ ଏବଂ ବି-୨-ରେ ୯୩୦ ପାସ କରିଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଏଥର ୧୨ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୯ ହଜାର ୪୮୮ ପାସ କରିଛନ୍ତି । ଏଥିରେ ଗ୍ରେଡ-୧-ରେ ଜଣେ ଓ ଗ୍ରେଡ-୨-ରେ ୨୫୨ ଜଣ ପାସ କରିଛନ୍ତି । ଏଥର ଉଭୟ ମାଟ୍ରିକ  ସପ୍ଲିମେଣ୍ଟାରୀ ପରୀକ୍ଷା ଓ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ସେପଟେମ୍ବର ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

Leave a Reply