ସ୍ୱାଧୀନ ଭାରତରେ ପ୍ରଥମ ଥର ଫାଶୀ ପାଇଁ ପାଇବେ କୌଣସି ମହିଳା

ମଥୁରା: ଭାରତରେ ପୁରୁଷ ମାନଙ୍କୁ ଫାଶୀ ଦିଆଯିବା କଥା ବାରମ୍ବାର ସାମ୍ନାକୁ ଆସିଥାଏ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ । ଏବେ କିନ୍ତୁ ଏହି କଥାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ସ୍ୱାଧୀନ ଭାରତରେ ପ୍ରଥମ ଥର କୌଣସି ମହିଳା କଏଦୀ ଫାଶୀ ପାଇବାକୁ ଯାଉଛନ୍ତି ।

ଘଟଣା ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର । ସେଠାକାର ସବନମ୍ନାମକ ଜଣେ ମହିଳା କଏଦୀଙ୍କୁ ମିଳିଛି ଫାଶୀଦଣ୍ଡ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଛି । ନିର୍ଭୟା ହତ୍ୟାକାଣ୍ଡର ଦୋଷୀ ମାନଙ୍କୁ ଫାଶୀଖୁଣ୍ଡରେ ଚଢାଇଥିବା ପବନ ଜଲ୍ଲାଦ ପୁଣି ଫାଶୀଘରକୁ ନିରୀକ୍ଷଣ କରି ସାରିଛନ୍ତି ।

ରିପୋର୍ଟ କହୁଛି ଅମରୋହର ସବନମ୍୨୦୦୮ ଅପ୍ରେଲରେ ତା’ ପ୍ରେମିକର ମିଳିତ ସହଯୋଗରେ ସାତ ଜଣ ସମ୍ପର୍କୀୟଙ୍କୁ କୁରାଢୀରେ ନିର୍ମମ ଭାବରେ ହତ୍ୟା କରିଥିଲା । ସମସ୍ତ ସାକ୍ଷୀ ପ୍ରମାଣକୁ ନଜରରେ ରଖି ସୁପ୍ରିମକୋର୍ଟ ସବନମକୁ ଫାଶୀଦଣ୍ଡ ଶୁଣାଇଛନ୍ତି । ତେବେ ସବନମ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମହିଳା ଯିଏ ଫାଶୀଦଣ୍ଡ ପାଇବେ ।

ସୂଚନା ଅନୁସାରେ, ୧୫୦ ବର୍ଷ ପୂର୍ବେ ମଥୁରା ଜେଲରେ ନିର୍ମାଣ ହୋଇଥିଲା ଫାଶୀଖୁଣ୍ଟ । ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ମହିଳା କଏଦୀଙ୍କୁ ଫାଶୀ ଦିଆଯାଇନାହିଁ । କିନ୍ତୁ ସବନମଙ୍କୁ ଫାଶୀ ଦେବାପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବା କହିଛନ୍ତି ବରିଷ୍ଠ ଜେଲ ଅଧୀକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ । ଡେଥ୍ଓ୍ୱାରେଣ୍ଟ ଜାରି ହେବାପରେ ସବନମଙ୍କୁ ଫାଶୀ ଦିଆଯିବ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତିଯେ, ଯଦି ଅନ୍ତିମ ସମୟରେ କୌଣସି ସମସ୍ୟା ଦେଖା ନ ଦିଏ ତେବେ ସବନମ ହେବେ ସ୍ୱାଧୀନ ଭାରତର ପ୍ରଥମ ମହିଳା ଯିଏ ଫାଶୀ ପାଇବେ ।

Leave a Reply