କାର ନ କିଣି ମଧ୍ୟ ମାଲିକ ହୋଇପାରିବେ, କିପରି?

1 min read

ନୂଆଦିଲ୍ଲୀ: ଯଦିଓ କାର କିଣିବାର ଇଛା ସମସ୍ତଙ୍କର ଥାଏ, ତଥାପି ସମ୍ବଳ ଅଭାବରୁ ଏହା ସମ୍ଭବ ହୋଇନଥାଏ । ଏହାକୁ ନେଇ ମାରୁତି ସୁଜୁକୀ କମ୍ପାନୀ ଆରମ୍ଭ କରିଛି ‘ମାରୁତି ସୁଜୁକୀ ସବସ୍କ୍ରାଇବ’ । ଏହାଦ୍ୱାରା ଆପଣ କାର ନ କିଣି ମଧ୍ୟ ତାହାର ମାଲିକ ହୋଇପାରିବେ । ଏହାର ଅର୍ଥ ଆପଣ କାର ଭଡ଼ାକୁ ନେଇପାରିବେ । ତେବେ ଏହାକୁ ନେଇ କୌଣସି ସୀମିତ ସମୟ ଧାର୍ଯ୍ୟ ହୋଇ  ନାହିଁ । କିନ୍ତୁ ଏହାକୁ ନେଇ କ’ଣ ରହିଛି ମୂଲ୍ୟ ଆସନ୍ତୁ ଆଲୋଚନା କରିବା ।


ଏବେ ମାରୁତି ସୁଜୁକୀ ସବସ୍କ୍ରାଇବର ସେବା କେବଳ ଦିଲ୍ଲୀ ଏନସିଆର ଏବଂ ବାଙ୍ଗାଲୁରୁରେ ଆରମ୍ଭ ହୋଇଛି । ଏଥିପାଇଁ କମ୍ପାନୀ ORIX Auto Infrastructure Services India ସହିତ ଡିଲ କରିଛି, ଯାହା ଜାପାନର ଓରିକ୍ସ କର୍ପୋରେସନର ସହାୟକ କମ୍ପାନୀ । ଏହାଦ୍ୱାରା ଗ୍ରାହକ ଏକ ନୂଆ ସ୍ୱିଫ୍ଟ, ଡିଜାୟର, ବିଟାରା ବ୍ରିଜା ଏବଂ ଏର୍ଟିଗାକୁ  ସବସ୍କ୍ରାଇବ କରିପାରିବେ । ଗ୍ରାହକ ଚାହିଁଲେ ବାଲେନୋ, ସିୟାଜ ଭଳି ଦାମି ଗାଡ଼ି ମଧ୍ୟ ସବସ୍କ୍ରାଇବ କରିପାରିବେ । ସବୁଠାରୁ ଖାସ କଥା ହେଉଛି ଗୋଟିଏ କାରର ସବସ୍କ୍ରିପ୍ସନ ଶେଷ ହେବାପରେ ଗ୍ରାହକ ଦ୍ୱିତୀୟ କାର ନେଇପାରିବେ ।


ଏଥିପାଇଁ କିଛି ମାସିକ ଫିସ୍ ଦେବାକୁ ପଡ଼ିବ । ଏଥିରେ ମେଣ୍ଟେନାନ୍ସ, ଇନସ୍ୟୁରାନ୍ସ ଏବଂ ରୋଡ ସାଇନଡ ଆସିଷ୍ଟାନ୍ସ ସାମିଲ ରହିବ । ତେବେ ଗ୍ରାହକ ୧୨ରୁ ଆରମ୍ଭ କରି ୪୮ ମାସ ପର୍ଯ୍ୟନ୍ତ କାର ସବସ୍କ୍ରାଇବ କରିପାରିବେ । ତେବେ ଆବଶ୍ୟକ ସମୟରେ ଆପଣ ସେହି ସମୟର ବଜାର ମୂଲ୍ୟ ଅନୁସାରେ ଉକ୍ତ କାରକୁ କିଣିପାରିବେ ।


ଭାରତରେ କମ୍ପାନୀର ମାର୍କେଟିଙ୍ଗ୍ ଏବଂ ସେଲ୍ସର ଏକଜିକ୍ୟୁଟିଭ ଡାଇରେକ୍ଟର ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି କି ଭାରତରେ ଗାଡ଼ିକୁ ସବସ୍କ୍ରାଇବ କରିବା ଟ୍ରେଣ୍ଡ୍ ସମ୍ପୂର୍ଣ୍ଣ ନୂଆ । ବିଶ୍ୱରେ ଭିନ୍ନ ଭିନ୍ନ ଦେଶରେ ଏହି ସୁବିଧା ୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ଆଗାମୀ ଦିନ ମାନଙ୍କରେ କମ୍ପାନୀ ଉକ୍ତ ସୁବିଧାକୁ ୪୦ରୁ ୬୦ଟି ସହରରେ ଉପଲବ୍ଧ କରିବା ପାଇଁ ଯୋଜନା କରୁଛି । ତେବେ ଏଥିପାଇଁ କୌଣସି ଡାଉନପେମେଣ୍ଟ ନିଆଯିବ ନାହିଁ ।

Leave a Reply