ଆପଣ,ଅମନଙ୍କ ବାପା ? ଅମନ୍ ଦେଶ ପାଇଁ ସହିଦ ହୋଇଛନ୍ତି..

1 min read

ସମସ୍ତିପୁର: ଗଲବାନରେ ଚୀନ ଧୋକାର ଶିକାର ହୋଇ ସହିଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ଅଛନ୍ତି ୧୬ ବିହାର ରେଜିମେଣ୍ଟର ସିପାହୀ ଅମନ କୁମାର ସିଂହ । ଅମନ କୁମାର ସମସ୍ତିପୁର ଜିଲ୍ଲାର ମୋହିଉଦ୍ଦିନନଗରର ସୁଲତାନପୁର ଗ୍ରାମର ବାସିନ୍ଦା ।

ମଙ୍ଗଳବାର ରାତି ୯ଟାରେ ସହିଦଙ୍କ ପିତା ସୁଧିର ସିଂହଙ୍କୁ କମାଣ୍ଡିଂ ଅଫିସର ଫୋନ୍ କରି ଲଦାଖରେ ତାଙ୍କ ପୁଅ ଦେଶ ପାଇଁ ବଳିଦାନ ଦେଇଥିବା କଥା କହିଥିଲେ । ଏହି ଖବର ଶୁଣିବା ପରେ ଅମନଙ୍କ ପରିବାର ଉପରେ ବଜ୍ରପାତ ହୋଇଥିଲା ।

ଅମନ କୁମାହର ୨୦୧୪ ନଭେମ୍ବର ମାସରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ଅମନ କୁମାର ଗତ ୩ ମାସ ହେଲ ଲେହ-ଲଦାଖରେ ଚୀନ୍ ସୀମାରେ ମୁତ୍ତୟନ ଥିଲେ ।

ଗତ ବର୍ଷ ହୋଇଥିଲା ବିବାହ

ସହିଦ ଅମନଙ୍କ ବିବାହ ଗତ ବର୍ଷ ପାଟନାରେ ହୋଇଥିଲା । ଅମନଙ୍କ ପତ୍ନୀଙ୍କ ଅନୁସାରେ ସେ ଫେବ୍ରୁଆରି ମାସରେ ଘରକୁ ଆସିଥିଲେ । ଗଲାବେଳେ କହିଥିଲେ ଯେ, ମେ’ ମାସରେ ପୁଣି ଫେରିବେ । କିନ୍ତୁ ଆଉ ଫେରିବେନି ।

ଅମନଙ୍କ ମା’ଙ୍କ ଅବସ୍ଥା ମଧ୍ୟ ଠିକ୍ ନାହିଁ । ତାଙ୍କ ଅନୁସାରେ ୨୫-୨୬ ତାରିଖରେ ଅମନ ଘରୁ କର୍ମକ୍ଷେତ୍ରକୁ ଯାଇଥିଲେ । ପୁଣିଥରେ ମେ’ ମାସରେ ଫେରିବା ବୋଲି କହିକରି ଯାଇଥିଲେ । କିନ୍ତୁ ଲକଡାଉନ୍ କାରଣରୁ ଆଉ ଘରକୁ ଫେରି ପାରିନଥିଲେ । ଲଦାଖରେ ମୋ ବାବୁ ସହିଦ ହୋଇଗଲା ।

ଅମନଙ୍କ ପିତାଙ୍କ ଅନୁସାରେ ସେ ରାତିରେ ଘରେ ବସିଥିଲେ । ଫୋନ୍ ଆସିଲା । ଫୋନ କରିଥିଲେ ଅମନଙ୍କ କମାଣ୍ଡିଂ ଅଫିସର । ସେପଟୁ ତାଙ୍କୁ ପଚରା ଯାଇଥିଲା ଯେ, ସେ ଅମନଙ୍କ ପିତା କି ?ଉତ୍ତରରେ ହଁ କହିବା ପରେ ସେପଟୁ କମାଣ୍ଡିଂ ଅଫିସର କହିଥିଲେ ଯେ, ଅମନ ଦେଶ ପାଇଁ ସହିଦ ହୋଇଯାଇଛନ୍ତି । ସହିଦ ଅମନଙ୍କ ପାର୍ଥିବ ଶରିର ଗୁରୁବାର ଦିନ ଲଦାଖରୁ ତାଙ୍କ ପୈତୃକ ଗ୍ରାମକୁ ଆସିବ । ସେଠାରେ ଅନ୍ତିମ ସଂସ୍କାର କରାଯିବ ।

Leave a Reply