ମଙ୍ଗଳ ଗ୍ରହରେ ରହିଛି ଏଲିଅନ୍ସଙ୍କ ଆଡ୍ଡା, ପୃଥିବୀରେ ମଧ୍ୟ କରୁଛନ୍ତି ବସବାସ: ବୈଜ୍ଞାନିକ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ପରଗ୍ରହୀଙ୍କ ଆଡ୍ଡା ରହିଛି । ସେମାନେ ପୃଥିବୀରେ ମଧ୍ୟ ରହୁଛନ୍ତି । ଜଣେ ଇସ୍ରାଏଲୀ ବୈଜ୍ଞାନିକଙ୍କ ଏଭଳି ଦାବି ପୁରା ଦୁନିଆରେ ହଇଚଇ ସୃଷ୍ଟି କରିଛି । ଏଭଳି ଦାବି କରିଥିବା ଇସ୍ରାଏଲୀ ବୈଜ୍ଞାନିକ ମଧ୍ୟ କିଛି ଛୋଟକାଟ ଲୋକ ନୁହନ୍ତି । ତାଙ୍କୁ ଇସ୍ରାଏଲ ମହାକାଶ ବିଜ୍ଞାନର ପିତା ବୋଲି କୁହାଯାଇଥାଏ । ତେବେ ସତରେ କ’ଣ ପରଗ୍ରହୀ ବା ଏଲିଅନ୍ସ ଅଛନ୍ତି ? ଆମେରିକା ସରକାର କ’ଣ ଅନ୍ୟ ଗ୍ରହର ବାସିନ୍ଦାଙ୍କ ସହ କୌଣସି ଚୁକ୍ତି କରି ଚୁପ୍ ରହିଛି ?

ମଙ୍ଗଳ ଗ୍ରହରେ ଏଲିୟନ୍ସ ଥିବା ନେଇ ଦାବି କରିଛନ୍ତି ଇସ୍ରାଏଲର ପୂର୍ବତନ ସ୍ପେସ୍ ଚିଫ୍ ହୈମ୍ ଇସଦ୍ । ଏମିତିକି ଏହି ଏଲିୟନ୍ସ ମାନେ ପୃଥିବୀରେ ଲୁଚି ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କ ଦାବି ଅନୁଯାୟୀ ଏଲିୟନ୍ସର ଆମେରିକା ଏବଂ ଇସ୍ରାଏଲ ସହିତ ମଧ୍ୟ ସମ୍ପର୍କ ରହିଛି । କେବଳ ଏତିକି ନୁହେଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏସମ୍ପର୍କରେ ଜାଣିଛନ୍ତି । ମାନବ ପ୍ରଜାତି ଏପର୍ଯ୍ୟନ୍ତ ଏହି ସତ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବାରୁ ଏସବୁ ଲୁଚି ରହିଛି ବୋଲି ଇସଦ୍ କହିଛନ୍ତି । ତେବେ ଏଭଳି ଦାବି ନୁଆ ନୁହେଁ । ନୂଆ ହେଉଛି ଇସଦଙ୍କ ଭଳି ବ୍ୟକ୍ତିଙ୍କ ଏଭଳି ଦାବି । ଏମିତିରେ ୪୭ ପ୍ରତିଶତ ଆମେରିକୀୟ ପରଗ୍ରହୀ ବା ଏଲିୟନ୍ସଙ୍କ ଉପସ୍ଥିତିରେ ବିଶ୍ୱାସ କରନ୍ତି । ଇଂଲଣ୍ଡର ନଟିଂହମ୍ ବିଶ୍ୱବିଦ୍ୟାଳୟ ଅନୁସାରେ ବ୍ରହ୍ମାଣ୍ଡରେ ଆମ ଭଳି କିମ୍ବା ଆମଠାରୁ ଅଧିକ ଉନ୍ନତ ସଭ୍ୟତା ରହିଛି । ତେବେ ପ୍ରଶ୍ନ ହେଲା ସେହି ଏଲିୟନ୍ସ ବା ପରଗ୍ରହୀଙ୍କୁ ନେଇ ଆମକୁ ବ୍ୟସ୍ତ ବିବ୍ରତ ହେବାକୁ ପଡିବ କି ? ସେମାନେ ମାନବ ଜାତି ପାଇଁ ବିପଦ କି ? ସେମାନେ କ’ଣ ଆମ ଭାଷା ବୁଝି ପାରିବେ ?

୧୮୯୦ ଦଶକରେ ଆମେରିକାରେ ଉଡନ୍ତା ଥଳିଆ ବା ୟୁଏଫଓ ଦେଖାଯିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ୟୁଏଫ୍ଓ ବା ଅନଆଇଡେଣ୍ଟିଫାଇଡ୍ ଫ୍ଲାଇଂ ଅବଜେକ୍ଟ ଦ୍ୱାରା ଅପହରଣ ଦାବି ୧୯୬୦ ଦଶକ ପରେ ଜୋର ଧରିଥିଲା। ଏଲିଅନ୍ସଙ୍କ ଦ୍ୱାରା ପ୍ରଥମ ଅପହରଣର ଖବର ୧୯୬୦ ଦଶକରେ ଆସିଥିଲା । 1961 ମସିହା ସେପ୍ଟେମ୍ବର ୧୯ ତାରିଖ ରାତି ୧୦.୩୦ ମିନିଟରେ ବେଟି ଓ ବାର୍ଣ୍ଣେ ହିଲ୍ ନ୍ୟୁ ହାମ୍ପେସିୟରର ଏକ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କ ଅପହରଣ ହୋଇଥିଲା । ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଉଭୟ ପରଗ୍ରହୀଙ୍କ କବଜାରେ ଥିଲେ ବୋଲି ଦାବି କରିଥିଲେ । ଏହି ଖବର ସେତେବେଳେ ଆମେରିକା ମିଡିଆ ଦ୍ୱାରା ଜୋରସୋରରେ ପ୍ରଚାରିତ ହୋଇଥିଲା ।
ତେବେ ପ୍ରଶ୍ନ ହେଲା ଯଦି ପରଗ୍ରହୀ ଆପଣଙ୍କ ଅପହରଣ କରନ୍ତି ତେବେ କ’ଣ କରିବେ ?

ପ୍ରତିରୋଧ କରନ୍ତୁ ନାହିଁ । ସହଯୋଗ କରନ୍ତୁ । ପ୍ରତିରୋଧ କରିବାର କୌଣସି ଅର୍ଥ ନାହିଁ । ସତ ହେଉ କି ମିଛ ହେଉ ଆଜି ପର୍ଯ୍ୟନ୍ତ ଯେଉଁମାନେ ପରଗ୍ରହୀଙ୍କ ଦ୍ୱାରା ଅପହରଣର ଦାବି କରିଛନ୍ତି ସେମାନଙ୍କ କହିବା ହେଉଛି ଅପରହଣ ପରେ ସେମାନେ ବେହୋସ ହେବା ଭଳି ସ୍ଥିତିକୁ ଆସିଯାଇଥିଲେ । ଏହାପରେ ସେମାନଙ୍କୁ ଏଲିଅନସଙ୍କ ମଦରସିପକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ଉପରେ ଗବେଷଣା କରି ଛଡା ଯାଇଥିଲା । କୁହାଯାଏ ଯେ, ଏଲିଅନ୍ସ ଯାହାକୁ ଛାଡନ୍ତି ଅପହରଣ ସମୟରୁ ଛଡା ଯିବା ପର୍ଯ୍ୟନ୍ତର ସ୍ମୃତିକୁ ଲୋପ କରି ଦିଅନ୍ତି ।

ଟେଲିପାଥି ଆଟାକରୁ ବଂଚନ୍ତୁ । ପରଗ୍ରହୀ ଆପଣଙ୍କ ମନକୁ ପଢିବାକୁ ଚେଷ୍ଟା କରିବେ । ତେଣୁ ଯେତେ ସମ୍ଭବ ନିଜ ମନକୁ ଶକ୍ତ ରଖନ୍ତୁ । ଏହା ମଧ୍ୟକୁ ପରଗ୍ରହୀଙ୍କୁ ଅନୁପ୍ରବେଶ କରିବାକୁ ଦିଅନ୍ତୁ ନାହିଁ । ସଂକ୍ରମିତ କରାନ୍ତୁ । ଅନ୍ୟଗ୍ରହରୁ ଆସିଥିବା ପ୍ରଜାତି ପାଇଁ ଆମର ସାଧାରଣ କାଶ,ଥଣ୍ଡା ମଧ୍ୟ ମାରାତ୍ମକ ହୋଇପାରେ । ତେଣୁ ସେମାନଙ୍କୁ ସଂକ୍ରମିତ କରାଯାଇ ପାରେ । ସେମାନଙ୍କ ଆଖପାଖରେ କାଶିଲେ,ଛିଙ୍କିଲେ ହୁଏତ ସେମାନେ ସଂକ୍ରମିତ ହୋଇ ପାରନ୍ତି । ଯେମିତି ଆମେରିକା ଆବିଷ୍କାର ସମୟରେ ୟୁରୋପରୁ ଯାଇଥିବା ବସନ୍ତ ରୋଗ ସେଠାକାର ମୁଳ ବାସିନ୍ଦାଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କୁ ଲୋପ କରିଥିଲା,ସେମିତି ହୁଏତ ପରଗ୍ରହୀ ମଧ୍ୟ ଆମ ଦ୍ୱାରା ସଂକ୍ରମିତ ହୋଇ ନଷ୍ଟ ହୋଇଯିବେ ।

ପରଗ୍ରହୀ ଯଦି ପୃଥିବୀକୁ ଆସନ୍ତି ତେବେ ସେମାନେ ମାନବ ଜାତି ସହ ଶାନ୍ତିରେ ରହିବେ ବୋଲି ଭାବିବା ଭୁଲ । ଏକଥା ଆପଣ ଇତିହାସ ପୃଷ୍ଠା ଆଡେଇଲେ ଜାଣିବେ । କଲମ୍ବସ ଆମେରିକା ଆବିଷ୍କାର କରିଲା ପରେ ଆମେରିକାର ମୁଳ ବାସିନ୍ଦାଙ୍କ ଅବସ୍ଥା ଯାହା ହୋଇଥିଲା ସେଥିରୁ ଶିକ୍ଷା ନିଆ ଯାଇପାରିବ । ୟୁରୋପରୁ ଯାଇଥିବା ଆବିଷ୍କାରକ ଆମେରିକା ମାଟି ଉପରେ ନିଜ ଅଧିକାର ଦାବି କରିଥିଲେ । ମୁଳ ବାସିନ୍ଦାଙ୍କୁ ଯୁଦ୍ଧରେ ମାରି ସେମାନଙ୍କ ଜମି ଉପରେ କବଜା କରିଥିଲେ । ଏମିତିକି ଜାଣିଶୁଣି ସେମାନେ ବସନ୍ତ ରୋଗୀଙ୍କୁ ମୁଳ ବାସିନ୍ଦାଙ୍କ ସଂସ୍ପର୍ଶରେ ଆସିବାକୁ ଦେଉଥିଲେ । ଫଳରେ ଆମେରିକାର ୯୦ ପ୍ରତିଶତ ମୁଳ ବାସିନ୍ଦା ଲୋପ ପାଇଗଲେ । ଆମେରିକା ଆବିଷ୍କାର କରିଥିବା ଲୋକଙ୍କ ଦାବି ଥିଲା ଯେ, ସେମାନେ ସଭ୍ୟତାର ପ୍ରଚାର କରିବାକୁ ଆସିଛନ୍ତି । ପ୍ରଭୁ ଯିଶୁଙ୍କ ବାର୍ତ୍ତା ଦେବାକୁ ଆସିଛନ୍ତି । ସେମାନଙ୍କ ନଜରରେ ଆମେରିକାର ମୁଳ ବାସିନ୍ଦା ବର୍ବର,ଅସଭ୍ୟ ଥିଲେ । ହୁଏତ ଆମେ ମଧ୍ୟ ପରଗ୍ରହୀଙ୍କ ନଜରରେ ଏକ ଅନୁନ୍ନତ ସଭ୍ୟତା,ବର୍ବର ହେବା । ହୁଏତ ସେମାନେ ଭାବିବେ ଆମ ଭଳି ସଭ୍ୟତାର ତିଷ୍ଠି ରହିବାର କୌଣସି ଆବଶ୍ୟକତା ନାହିଁ ।

Leave a Reply