ଭୁଶୁଡୁଛି ଲାଲ୍‌ଗଡ଼ ! ମାଓନେତା ଜେମିଲି କାମେଶ ଗିରଫ, ବିଭିନ୍ନ ଥାନାରେ ଥିଲା ୧୦୦ଟି ମାମଲା

Mao

ରାୟଗଡ଼ା: ଭୁଶୁଡୁଛି ଲାଲ୍‌ଗଡ଼ । ଜଣକ ପରେ ଜଣେ ମାଓନେତାଙ୍କୁ ଗିରଫ କରୁଛି ପୋଲିସ । ବୁଧବାର ଗିରଫ ହୋଇଛନ୍ତି ମାଓନେତା ଜେମିଲି କାମେଶ । ଆନ୍ଧ୍ର ଡିଆଇଜି ଏଲ.କେ.ଭି ରଙ୍ଗାରାଓଙ୍କ ନେତୃତ୍ୱରେ ଚାଲିଥିବା ଅପରେସନରେ କାମେଶଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ରାଇଫଲ ସହ ୨୦ ରାଉଣ୍ଡ ଗୁଳି, ୫୦କିଲୋ ଜିଲେଟିନ୍ ଜବତ କରାଯାଇଛି ।

କୁନକୁମ୍ପାପୁଡି ହରି ନାମରେ ପରିଚିତ କାମେଶ ଦୀର୍ଘ ୧୪ବର୍ଷ ଧରି ମାଓ ସଙ୍ଗଠନରେ କାମ କରୁଥିଲେ । କାମେଶଙ୍କ ନାଆଁରେ ବିଶାଖାପାଟଣା, ପୂର୍ବ ଗୋଦାବରୀ ଓ ଓଡ଼ିଶାରେ ଶହେଟି ମାମଲା ରହିଛି । ତୁକରାଇ, ବାତ୍ତୁନୁର ଓ ଚେରୁକୁମ୍ପାକାଲୁ ପ୍ରଜାକୋର୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କାମେଶ । ସେ ୫ ହତ୍ୟା ସହ ୪ଟି ଲ୍ୟାଣ୍ଡଲାଇନ ବିସ୍ଫୋରଣ ଓ ୭ ଗୁଳିକାଣ୍ଡରେ ଜଡିତ ଥିଲେ । କାମେଶଙ୍କୁ ଧରିବା ପାଇଁ ୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।

ତେବେ ୨୦୨୦ ମସିହାରେ ମୋଓବାଦୀ ଦମନ ଅପରେସନ୍‌ ତୀବ୍ର କରାଯାଇଛି । ପୋଲିସ ଓ ଯବାନମାନଙ୍କ ମଳିତ ଚଢ଼ାଉରେ ଅନେକ ସଫଳତା ମିଳିଛି । ପୋଲିସ ଭୟରେ ଅନେକ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ବେଳେ ଅନେକ ମାଓ କ୍ୟାମ୍ପକୁ ଧ୍ୱଂଶ କରିଛି ପୋଲିସ ।

Leave a Reply