୨ଦିନର ସର୍ଚ୍ଚ ଅପରେସନ ପରେ ମାଓକ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନାଗିରି: ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ଅଭିଯାନକୁ ଜୋରଦାର କରିବାରେ ଲାଗିଛି ପୋଲିସ ଓ ସୁରକ୍ଷା ବାହିନି । ୨ଦିନର ସର୍ଚ୍ଚ ଅପରେସନ ପରେ ମାଓକ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଆଣ୍ଟି ନକ୍ସଲ ଅପରେସନ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

ଏସଓଜି, ଡିଭିଏଫ, ବିଏସଏଫ, ଓଡିଶା ଓ ଆନ୍ଧ୍ର ପୋଲିସର ମିଳିତ ଅଭିଯାନ ଆରମ୍ଭ କରିଥିଲା । ପାପରମେଟଲା ଥାନା ଅନ୍ତର୍ଗତ ଗୁନାମାମୁଡି ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ବିଷ୍ଫୋରକ ଓ ମାଓ ସାମଗ୍ରୀ ମିଳିଛି । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ମାଓବାଦୀ । ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା ।

ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଛତ୍ର ଭଙ୍ଗ ଦେଲେ ମାଓବାଦୀ। ମାଓ ନେତ୍ରୀ ଅରୁଣା ଓ ମାଓ ନେତା ଜଗନ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଛନ୍ତି । ୧୦୦୦ ଜୀବନ୍ତ ଗୁଳି, ଏକ ଆଇଡ଼ ବୋମା, ଟିଫିନ ବୋମା ମାଓ କିଟ୍ ଜବତ କରିଛି ସୁରକ୍ଷା ବାହିନୀ । ତେବେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ ଅଞ୍ଚଳ କରାଯିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

Leave a Reply