ଦେଶର କିଛି ଅଂଚଳରେ ତୃତୀୟ ଷ୍ଟେଜରେ କରୋନା ସଂକ୍ରମଣ, ମୃତକଙ୍କ ସଂଖ୍ୟା ହେଲା ୧୦୯

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗୋଟିଏ ଖରାପ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, କରୋନା ଭାରତର କିଛି ଅଂଚଳରେ ତୃତୀୟ ଷ୍ଟେଜରେ ପହଂଚିଛି ।  ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦିପ ଗୁଲେରିଆ ଏହା କହିଛନ୍ତି । ଗୁଲେରିଆ କହିଛନ୍ତି ଯେ, ଅନେକ ଅଂଚଳରେ କରୋନାର କମ୍ୟୁନିଟି ସଂକ୍ରମଣ ହୋଇଛି । ସେ କହିଛନ୍ତି ଯେ, ପୁରା ଦେଶରେ କରୋନା ଦ୍ୱିତୀୟ ଓ ତୃତୀୟ ଷ୍ଟେଜ ମଧ୍ୟରେ ରହିଛି ।

ଗୁଲେରିଆଙ୍କ ଅନୁସାରେ ଦେଶର କିଛି ଭାଗରେ କରୋନା ମାମଲାରେ ଅଚାନକ ବୃଦ୍ଧି ଆସିଛି ଓ କିଛି ଅଂଚଳରେ ସ୍ଥାନୀୟ କମ୍ୟୁନିଟି ସ୍ପ୍ରେଡ୍ ହେଉଛି । ମୁମ୍ବାଇରେ ଏହା ଷ୍ଟେଜ୍ ୨ ଓ ୩ ମଧ୍ୟରେ ରହିଛି । ତେବେ ଭାରତର ଅଧିକାଂଶ ଅଂଚଳରେ ଏହା ଷ୍ଟେଜ୍-୨ରେ ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି କିଛି ହଟସ୍ପଟରେ କମ୍ୟୁନିଟି ସ୍ପ୍ରେଡ୍ ହେଉଛି । ସେଠାରେ ଯଦି ସ୍ଥିତିକୁ ନିୟନ୍ତ୍ରଣାଧିନ କରାଯାଇ ପାରୁଛି ତେବେ ଚିନ୍ତାର କୌଣସି କାରଣ ନାହିଁ । ପ୍ରାରମ୍ଭିକ କମ୍ୟୁନିଟି ସ୍ପ୍ରେଡ୍ କିଛି ଅଂଚଳରେ ହେଉଛି । ତେଣୁ ଏବେ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ତବଲିଗି ଜମାତ ପାଇଁ ହିଁ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି ।

ତବଲିଗି ଜମାତ ପଟୁ ଥିବା ବିପଦ ବାବଦରେ ସେ କହିଛନ୍ତି ଯେ, ଏହି ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ନିହାତି ଜରୁରୀ । ସେମାନେ ଯେଉଁ ଯେଉଁ ଅଂଚଳକୁ ଯାଇଛନ୍ତି ସେ ସବୁ ଅଂଚଳର ଯେଉଂମାନଙ୍କ ସଂପର୍କରେ ଆସିଛନ୍ତି ସେମାନଙ୍କୁ ଖୋଜି ତୁରନ୍ତ କ୍ୱାରେଣ୍ଟାଇନରେ ରଖିବା ଆବଶ୍ୟକ  ।

ଏହାଭିତରେ ଦେଶେ କରୋନା କାରଣରୁ ୧୦୦ରୁ ଅଧିକ ପ୍ରାଣ ହରାଇଲେଣି ।

Leave a Reply